ହଳଦିଆପଦର ଓଭରବ୍ରିଜରେ ଅଟୋ ଓଲଟି ମହିଳା ମୃତ | News Room Odisha

ହଳଦିଆପଦର ଓଭରବ୍ରିଜରେ ଅଟୋ ଓଲଟି ମହିଳା ମୃତ

ବ୍ରହ୍ମପୁର: ଜାତୀୟ ରାଜପଥ- ୧୬ ଅନ୍ତର୍ଗତ ହଳଦିଆପଦର ନୂଆ ଓଭରବ୍ରିଜ ଯାତାୟାତ ପାଇଁ ଖୋଲିବା ପରେ ପ୍ରଥମ ଦୁର୍ଘଟଣା। ମଙ୍ଗଳବାର ପୂର୍ବାହ୍ନରେ ଏକ ଅଟୋ ଓଲଟି ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିଲା ବେଳେ ଆଉ ଜଣେ ମହିଳା ଗୁରୁତର ହୋଇଛନ୍ତି। ମୃତକ ହେଲେ ଗୋଳନ୍ଥରା ଥାନା ଅନ୍ତର୍ଗତ କୃଷ୍ଣନଗରର ସନ୍ତୋଷୀ ଦାସ (୨୫)। ସେହି ଗ୍ରାମର ଶୈଳେନ୍ଦ୍ରୀ ଦାସ (୩୪) ଗୁରୁତର ହୋଇଛନ୍ତି। ଦୁହେଁ ଏକ ଅଟୋ (ଓଡି୦୭ଏସ୍-୨୫୯୯) ଯୋଗେ ବ୍ରହ୍ମପୁର ନୀଳକଣ୍ଠ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରକୁ କାମ ପାଇଁ ଆସୁଥିବା ସମୟରେ ଦୁଇ ଦିନ ତଳେ ଖୋଲିଥିବା ହଳଦିଆପଦର ନୂଆ ଓଭରବ୍ରିଜରେ ଗାଡ଼ିଟି ଓଲଟି ପଡ଼ିଥିଲା।