ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରିୟ ମୟୁର ପଙ୍ଖର ୨୦ଟି ଚମତ୍କାର ଗୁଣ | News Room Odisha

ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରିୟ ମୟୁର ପଙ୍ଖର ୨୦ଟି ଚମତ୍କାର ଗୁଣ

ମୟୂର ପୁଂଛ ବା ମୟୁର ପଙ୍ଖ ଭଗବାନ ଶ୍ରୀକୃଷ୍ଣଙ୍କ କାହିଁକି ଏତେ ପ୍ରିୟ, ରହିଛି ଏହାର ୨୦ ଟି ଚମତ୍କାର ଗୁଣ

ପୌରାଣିକ କଥା ଅନୁସାରେ ମୟୁର ପଙ୍ଖର ରହିଛି ବିଶେଷ ମହତ୍ତ୍ୱ । ମୟୁର ପଙ୍ଖକୁ ଭଗବାନ ଶ୍ରୀକୃଷ୍ଣ ସର୍ବଦା ନିଜର ମୁକୁଟରେ ଧାରଣ କରୁଥିଲେ। କେବଳ ଭଗବାନ ଶ୍ରୀକୃଷ୍ଣ ନୁହଁନ୍ତି ଦେବରାଜ ଇନ୍ଦ୍ର ମଧ୍ୟ ମୟୁର ପଙ୍ଖର ସିଂହାସନରେ ବସୁଥିଲେ। ପୁରାତନ ସମୟରେ ଋଷିମୁନିଙ୍କ ଦ୍ଵାରା ଲେଖା ଲେଖି କରିବା ପାଇଁ ଏହି ମୟୂର ପଙ୍ଖର ବ୍ୟବହାର କରାଯାଉଥିଲା। ଏବଂ ଏହି କାରଣରୁ ସମସ୍ତ ଶାସ୍ତ୍ର ଗ୍ରନ୍ଥ ବାସ୍ତୁ ଏବଂ ଜ୍ୟୋତିଷ ଶାସ୍ତ୍ରରେ ବି ମୟୁର ପଙ୍ଖକୁ ପ୍ରମୁଖ ସ୍ଥାନ ଦିଆଯାଇଅଛି। ଏହାସହିତ ଏହି ମୟୂର ପଙ୍ଖର ରହିଛି ୨୦ ଟି ଅଦଦ୍ଭୁତ ଚମତ୍କାରୀ ଲାଭ ।

୧. ଯେଉଁ ବ୍ୟକ୍ତି ନିଜ ଘରେ ଦୁଇଟି ମୟୁର ପଙ୍ଖ ରଖିଥାନ୍ତି ସେହି ବ୍ୟକ୍ତିଙ୍କ ଘରେ କେହିବି ଅଲଗା ହୁଅନ୍ତି ନାହିଁ। ଦୁଇଟି ମୟୁର ପଙ୍ଖ ଘରେ ରହିବା ଦ୍ୱାରା ଘର ପରିବାର ଏକତ୍ର ରହିଥାନ୍ତି।

୨. ଯେଉଁ ବ୍ୟକ୍ତି ସର୍ବଦା ନିଜ ପାଖରେ ମୟୁର ପଙ୍ଖ ରଖିଥାନ୍ତି ସେହି ବ୍ୟକ୍ତିର କେବେବି କୌଣସି ଅମଙ୍ଗଳ ହୋଇନଥାଏ। ସେ ସର୍ବଦା କୌଣସି ବଡ଼ ଦୁର୍ଘଟଣାରୁ ବଞ୍ଚି ଯାଇଥାନ୍ତି।

୩.ମୟୁର ପଙ୍ଖକୁ ନିଜର ଘରେ ସର୍ବଦା ରଖିବା ଦ୍ୱାରା ନକା-ରାତ୍ମକ ଉର୍ଜାର ବିନାଶ ହୋଇଥାଏ ଏବଂ ସକାରାତ୍ମକର ଉର୍ଜାର ବିକାଶ ହୋଇଥାଏ।

୪. ଯଦି ଆପଣଙ୍କର ପିଲା ଠିକରେ ପଢୁ ନଥାନ୍ତି ଏବଂ ତାଙ୍କର ପଢ଼ାପଢିରେ ମନ ଲାଗୁନଥିଏ ତେବେ ଆପଣ ଆପଣଙ୍କର ପିଲାର ସ୍କୁଲ ବ୍ୟାଗରେ ଗୋଟେ ମୟୁର ପଙ୍ଖ ରଖି ଦିଅନ୍ତୁ। ଆପଣଙ୍କ ପିଲା ବୁଦ୍ଧିମାନ ହୋଇଯିବ।

୫. ଆପଣଙ୍କର ପର୍ସ କିମ୍ବା ଡାଇରୀରେ ମୟୁର ପଙ୍ଖ ରଖିବା ଦ୍ୱାରା ରାହୁ ଦୋଷ ଆପଣଙ୍କୁ ପ୍ରଭାବିତ କରି ପାରିନଥାଏ।

୬. ମୟୂରର ସବୁଠାରୁ ପ୍ରିୟ ଆହାର ସାପ ଅଟେ। ଏଥିପାଇଁ ସାପ ମୟୁରକୁ ଡରି ଥାଏ। ଏପରିକି ମୟୁର ପଙ୍ଖ ଥିବା ଜାଗାକୁ ସାପ ଯାଇନଥାଏ। ଯେଉଁଠାରେ ମୟୁର ପଙ୍ଖ ଥାଏ ସେଠାକୁ ସାପ ଯାଇ ନଥାଏ।

୭. କେବେ କେବେ ମୟୁର ପଙ୍ଖକୁ ମୁଣ୍ଡରେ ଧାରଣ କରିବା ଦ୍ୱାରା ବିଦ୍ୟାଲାଭ ହୋଇଥାଏ।

୮. ଘରର ମୁଖ୍ୟ ଦ୍ୱାର ଯଦି ବାସ୍ତୁର ବରୋଧ ଅଟେ ତ ଦ୍ୱାରରେ ୩ ଟି ମୟୁର ପଙ୍ଖ ସ୍ଥାପିତ କରନ୍ତୁ। ଏବଂ ମୟୁର ପଙ୍ଖ ତଳେ ଭଗବାନ ଗଣେଶଙ୍କର ଚିତ୍ର କିମ୍ବା ପ୍ରତିମା ସ୍ଥାପିତ କରିବା ଦ୍ୱାରା ବାସ୍ତୁଦୋଷ ଦୂର ହୋଇଯାଇଥାଏ।

୯. ଯଦି ଜୀବନରେ ଅଚାନକ ବହୁତ ଗୁଡିଏ କଷ୍ଟ କିମ୍ବା ବିପତି ଆସେ ତେବେ ଘର କିମ୍ବା ବେଡ଼ ରୁମର ଅଗ୍ନି କୋଣରେ ମୟୁର ପଙ୍ଖ ଲଗାଇବା ଉଚିତ।ଏହାଦ୍ୱାରା ସବୁକିଛି ଠିକ ହୋଇ ଯାଇଥାଏ ।

୧୦. ପତି ପତ୍ନୀଙ୍କ ମଧ୍ୟରେ ପ୍ରାୟ ଲଢେଇ ଝଗଡା ହୋଇଥାଏ। ଯଦି ଏମିତି ହେଉଛି ତ ଆପଣଙ୍କର ଘରକୁ ଦୁଇଟି ମୟୁର ପଙ୍ଖ ଆଣନ୍ତୁ ଏବଂ ତାକୁ ନିଜର ବିବାହ ଆଲବମରେ ଲୁଚେଇକି ରଖିଦିଅନ୍ତୁ। ଦୁହିଙ୍କ ଭିତରେ ଲ-ଢେଇ ଝ-ଗଡା ବନ୍ଦ ହୋଇଯିବ। ଏବଂ ପତି ପତ୍ନୀଙ୍କ ମଧ୍ୟରେ ପ୍ରେମ ବଢିବ।

୧୧. ମୟୁର ପଙ୍ଖକୁ ରାତି ସମୟରେ ବାହାର ଅଗଣାରେ ରଖି ଦିଅନ୍ତୁ। ଏମିତି କରିବା ଦ୍ୱାରା ନକା-ରାତ୍ମକ ଉର୍ଜାର ନାଶ ହୋଇଥାଏ।

୧୨. ଯେଉଁ ବ୍ୟକ୍ତି ମୟୁର ପଙ୍ଖକୁ ସର୍ବଦା ନିଜ ପାଖରେ ରଖିଥାନ୍ତି ସେହି ବ୍ୟକ୍ତି କେବେବି କୌଣସି କାମରେ ଅସଫଳ ହୋଇନଥାନ୍ତି।

୧୩. ମୟୁର ପଙ୍ଖକୁ ମୁଣ୍ଡ ପାଖରେ ରଖିକି ଶୋଇଲେ କେବେବି ଭୟଙ୍କର ସ୍ୱପ୍ନ ଆସିନଥାଏ।

୧୪. ମୟୁର ପଙ୍ଖକୁ କେବେବି ତଳେ ପକାନ୍ତୁ ନାହିଁ। ଏହା ଦ୍ୱାରା ଆପଣଙ୍କ ଘରର ଉନ୍ନତିରେ ବାଧା ସୃଷ୍ଟି ହୋଇଥାଏ। ମୟୁର ପଙ୍ଖକୁ ତଳେ ପକାଇବା ମାନେ ଭଗବାନ ଶ୍ରୀକୃଷ୍ଣଙ୍କ ଅପ-ମାନ ଅଟେ।

୧୫. କେହି ଆପଣଙ୍କୁ ଯଦି ଅଜାଣତରେ ଅଚାନକ ଗୋଟେ ମୟୁର ପଙ୍ଖ ଦେଇଥାଏ ତ ଆପଣଙ୍କର ଜୀବନର ସବୁ ସଫଳତାର ରାସ୍ତା ଖୋଲି ଯାଇଥାଏ।

୧୬. ମୟୁର ପଙ୍ଖ ଭାଙ୍ଗିବା ପରେ ବି ଜୀବିତ ରହିଥାଏ। ଏହା ଆମେ ନୁହେଁ ପୁରାଣ ମାନ୍ୟତାରେ କୁହାଯାଇଅଛି। ତେବେତ ଏହାର ପ୍ରଭାବ ଦେଖିବାକୁ ମିଳିଥାଏ। ଯେଉଁଥି ପାଇଁ ଭଗବାନ ଶ୍ରୀକୃଷ୍ଣ ଏହାକୁ ସର୍ବଦା ମଥାରେ ଧାରଣ କରିଥାନ୍ତି।

୧୭. ମୟୁର ପଙ୍ଖକୁ ଆପଣ କୌଣସି ଶୁଭ ମୁହୂର୍ତ୍ତରେ ହିଁ କିଣନ୍ତୁ। ଏମିତି କରିବା ଦ୍ୱାରା ଆପଣ ଆପଣଙ୍କର ଜୀବନକୁ ସଫଳ ବନେଇ ପାରିବେ।

୧୮. ଘରର ଦକ୍ଷିଣ ପୂର୍ବ କୋଣରେ ମୟୁର ପଙ୍ଖ ଲଗେଇବା ଦ୍ୱାରା ଘରର ଉନ୍ନତି ହୋଇଥାଏ। ଘରେ ଧନର ଅଭାବ ହୋଇନଥାଏ।

୧୯. ମୟୁର ପଙ୍ଖକୁ କିଣିବା ସମୟରେ ଧ୍ୟାନ ରଖନ୍ତୁ କି ମୟୁର ପଙ୍ଖ ଯେମିତି ଭାଙ୍ଗି ଯାଇନଥିବ। ଏମିତି କିଣିବା ଅଶୁଭ ମାନାଯାଇଥାଏ।

୨୦. ମୟୁର ପଙ୍ଖକୁ ଘରକୁ ଆଣିବା ସମୟରେ ଗୋଟେ ଥର ଭଗବାନ ଶ୍ରୀକୃଷ୍ଣଙ୍କର ନାମ ନିଶ୍ଚୟ ନିଅନ୍ତୁ। ଏମିତି କରିବା ଦ୍ୱାରା କାର୍ଯ୍ୟରେ ସଫଳତା ମିଳିଥାଏ। ଏବଂ ସବୁ କାମବି ଠିକ ସମୟରେ ପୁରା ହୋଇଯାଇଥାଏ।

( ସଂଗୃହିତ )