ଖୋର୍ଦ୍ଧାରୁ ବିପୁଳ ପରିମାଣର ବ୍ରାଉନ ସୁଗାର ଜବତ, ୨ ଜଣଙ୍କୁ ଧରିଲା ଏସଟିଏଫ | News Room Odisha

ଖୋର୍ଦ୍ଧାରୁ ବିପୁଳ ପରିମାଣର ବ୍ରାଉନ ସୁଗାର ଜବତ, ୨ ଜଣଙ୍କୁ ଧରିଲା ଏସଟିଏଫ

ଭୁବନେଶ୍ୱର – ରାଜ୍ୟରେ ବିପୁଳ ପରିମାଣରେ ଧଳାଜହର ଜବତ । ଆଜି ଖୋର୍ଦ୍ଧାରୁ ବିପୁଳ ପରିମାଣର ଧଳାଜହର ଜବତ ହୋଇଛି । ଏସଟିଏଫ୍‌ ପକ୍ଷରୁ ଖୋର୍ଦ୍ଧାରେ ଚଢ଼ାଉ କରାଯାଇ ୨ କେଜି ଧଳାଜହର ଜବତ କରାଯିବା ସହ ୨ଜଣଙ୍କୁ ଅଟକ ରଖିଛି । ଅଟକ ୨ ଅଭିଯୁକ୍ତଙ୍କ ମଧ୍ୟରେ ଜଣଙ୍କ ନାଁରେ ଆଗରୁ ହତ୍ୟା ମାମଲା ରହିଥିବା ସୂଚନା ମିଳିଛି । ରାଜ୍ୟରେ ବାରମ୍ବାର ବିପୁଳ ପରିମାଣରେ ଧଳାଜହର ଜବତ ହେଉଥିବାରୁ ପୋଲିସ ଓ ଏସଟିଏଫର ମୁଣ୍ଡବିନ୍ଧା କାରଣ ପାଲଟିଛି ।