ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା, ଶେଷ ଦିବସରେ କଂସ ଭୂମିକା ପାଇଁ ସରିଲା ଅଡିସନ | News Room Odisha

ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା, ଶେଷ ଦିବସରେ କଂସ ଭୂମିକା ପାଇଁ ସରିଲା ଅଡିସନ

ବରଗଡ଼ : ଦୁଇ ବର୍ଷର ବ୍ୟବଧାନ ପରେ ପାଳିତ ହେବାକୁ ଯାଉଥିବା ବରଗଡ଼ ଧନୁଯାତ୍ରା ପାଇଁ ପ୍ରବଳ ଉତ୍ସlହ ଦେଖାଦେଇଥିବା ବେଳେ କଳାକାର ମହଲରେ ଉତ୍ସାହ ଖେଳିଯାଇଛି l ହୀରକ ଜୟନ୍ତୀ ପାଇଁ କଳାକାର ଚୟନକୁ ପ୍ରାଥମିକତା ଦିଆଯାଇଥିବl କ୍ରମେ ଆଜି ଶେଷ ଦିବସରେ କଂସ କଳାକାର ଚୟନ ଜାରି ରହିଛି l ବରଗଡ଼ ସମେତ ବଲାଙ୍ଗୀର, ସୋନପୁର, ଦେବଗଡ, ସମ୍ବଲପୁର, ବୌଦ୍ଧ, କଟକ, ନୟାଗଡ, ସୁନ୍ଦରଗଡ ଏବଂ ଅନ୍ୟାନ୍ୟ ଜ଼ିଲ୍ଲାର ୫୬ ଜଣ କଳାକାର ଅଡିସନରେ ଅଂଶଗ୍ରହଣ କରିଛନ୍ତି l କିଏ ମେକଅପରେ ତ ଆଉ କିଏ ରଥରେ ଆସି ଅଡିସନ ଦେଉଛନ୍ତି l ସେହିପରି କାର୍ଯ୍ୟକ୍ରମକୁ ଜିଲ୍ଲା ସଂସ୍କୃତି ଅଧିକାରୀ ସନ୍ତ୍ରାସ ନାରାୟଣ ପଣ୍ଡା ପରିଚାଳନା କରିଥିବା ବେଳେ ମହୋତ୍ସବ କମିଟିର ସମ୍ପାଦକ ସୁରେଶ୍ଵର ଶତପଥୀଙ୍କ ଉପସ୍ଥିତରେ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଚାରକ ମଣ୍ଡଳୀ ମଧ୍ୟରେ ଲିଟୁ ମହାନ୍ତି, ଅଶୋକ ବହିଦାର,ଶିବଲାଲ ସାଗର, ହେମନ୍ତ ମହାପାତ୍ର,ଜମାଲ ଖାନ,ବ୍ରଜେନ୍ଦ୍ର ନାୟକ, ପ୍ରଦୀପ ଡି ମାଝୀ ଚୟନ କାର୍ଯ୍ୟ ତୁଲାଇଥିଲେ।