ପଦ୍ମପୁର ଉପ ନିର୍ବାଚନ ପୂର୍ବରୁ ଦଳ ଛାଡିଲେ ବହୁ ବିଜେପି ନେତା ଓ କର୍ମୀ | News Room Odisha

ପଦ୍ମପୁର ଉପ ନିର୍ବାଚନ ପୂର୍ବରୁ ଦଳ ଛାଡିଲେ ବହୁ ବିଜେପି ନେତା ଓ କର୍ମୀ

ବରଗଡ଼: ବରଗଡ଼ ଜିଲ୍ଲା ପଦ୍ମପୁର ଉପନିର୍ବାଚନ ଯେକିତି ପାଖେଇ ଆସୁଛେ ସେତିକି ରୋଚକ ହେବାରେ ଲାଗିଛି । ନିର୍ବାଚନ ମଣ୍ଡଳୀର ଅନେକ ବିଜେପି ନେତା ଦଳରେ ଅସନ୍ତୁଷ୍ଟ ମନେ କରିବା ସହ ବିଜେଡ଼ି ଓ ଦଳର ସ୍ୱଚ୍ଛ ନିର୍ମଳ ଭାବନାରେ ଅନୁପ୍ରାଣିତ ହୋଇ ବିଜେଡ଼ିରେ ସାମିଲ ହୋଇଛନ୍ତି ।

ଆଜି ପଦ୍ମପୁର ନିର୍ବାଚନ ମଣ୍ଡଳୀ ତଥା ବ୍ଲକ ଅନ୍ତର୍ଗତ ସର୍ଗିବାହାଲ ପଂଚାୟତର ବିଜେପିର ଟାଣୁଆ ନେତା ପୂର୍ବତନ ସରପଂଚ ବାବୁଲୁ ବହିଦାର, ବରିହାପାଲିର ସ୍ଵାଧୀନ ସମିତି ସଭ୍ୟ ଶ୍ରୀକାନ୍ତ ସାହୁ, ପୁରେନା ପଂଚାୟତର ପୂର୍ବତନ ସମିତି ସଭ୍ୟ ପ୍ରଶାନ୍ତ ବେହେରା ଓ ତାଙ୍କ ଧର୍ମପତ୍ନୀ ସରପଞ୍ଚ ପ୍ରାର୍ଥୀନୀ ପିଙ୍କି ବେହେରା ସମେତ ଶତାଧିକ ମହିଳା ଓ ପୁରୁଷ ମାନେ ମୁଖ୍ୟମନ୍ତ୍ରୀ ତଥା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ସୁଶାନ୍ତ ସିଂହ, ବିଜେଡି ସାଂଗଠାନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଅର୍ଥ ମନ୍ତ୍ରୀ ନିରଂଜନ ପୂଜାରୀଙ୍କ ଉପସ୍ଥିତିରେ ଦଳ ପରିତ୍ୟାଗ କରି ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ଯୋଗଦାନ କରିଛନ୍ତି।

ସେହିପରି ଗତକାଲି ବିଜେପିର ବରିଷ୍ଠ ନେତା ରାଜୁ ଘିବେଲା ମଧ୍ୟ ଦଳ ପରିତ୍ୟାଗ କରି ମନ୍ତ୍ରୀ ଟିକୁନୀ ସାହୁଙ୍କ ଉପସ୍ଥିତିରେ ବିଜେଡିରେ ଯୋଗଦେଇଥିଲେ । ସେ ପଦ୍ମପୁର ଅଞ୍ଚଳର ଜଣେ ଯୁବ ସଂଗଠକ ହୋଇଥିବାରୁ ଆସନ୍ତା ଉପ ନିର୍ବାଚନରେ ବିଜେଡି ପାଇଁ ଫଳପ୍ରଦ ହେବ ବୋଲି ଆଲୋଚନା ହେଉଛି ।