ରାଷ୍ଟ୍ରପତିଙ୍କୁ ସମ୍ବଲପୁରୀ ଶାଢ଼ୀ ପ୍ରଦାନ କଲେ ବାନ୍ଧ ଶିଳ୍ପୀ | News Room Odisha

ରାଷ୍ଟ୍ରପତିଙ୍କୁ ସମ୍ବଲପୁରୀ ଶାଢ଼ୀ ପ୍ରଦାନ କଲେ ବାନ୍ଧ ଶିଳ୍ପୀ

ବରଗଡ଼: ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଙ୍କୁ ଓଡିଶା ସରକାରଙ୍କ ତରଫରୁ, ଭୁବନେଶ୍ୱର ରାଜଭବନ ଠାରେ ନାଗରିକ ସମ୍ବର୍ଦ୍ଧନା ଦେବା ପାଇଁ ବରଗଡ଼ ଜିଲ୍ଲାରୁ ବାନ୍ଧ ଶିଳ୍ପୀ ଡ଼ଃ ସୁରେନ୍ଦ୍ର ମେହେର ଏବଂ ପଦ୍ମଶ୍ରୀ ହଳଧର ନାଗ ନିମନ୍ତ୍ରିତ ହୋଇଥିଲା l ଏହି ଅବସରରେ ଉକ୍ତ ଭବ୍ୟ ସମାରୋହରେ ଶ୍ରୀ ମେହେରଙ୍କ ତିଆରି କରିଥିବା ସର୍ବୋକୃଷ୍ଟ ସମ୍ବଲପୁରୀ ବାନ୍ଧ କଳାର ନମୁନା, ସନ୍ଥକବି ଭୀମ ଭୋଇଙ୍କ ଅମର ଲେଖନୀ “ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ………”, ଯାହାକି ଓଡ଼ିଆ, ହିନ୍ଦୀ ଓ ଇଂରାଜୀ ଭାଷାରେ ଅନୁବାଦ ହୋଇଛି, ତାହା ଏହି ଭବ୍ୟ ଉତ୍ସବରେ ମହାମହିମ ରାଷ୍ଟ୍ରପତିଙ୍କୁ ପ୍ରଦାନ କରିଥିଲେ l ବାନ୍ଧ କଳା ର ଉକ୍ତ ନମୁନା କୁ ମହାମହିମ ରାଷ୍ଟ୍ରପତି ଗ୍ରହଣ କରିଥିଲେ। ସେହିପରି ପଦ୍ମଶ୍ରୀ ହଳଧର ନାଗ ଏକ ସମ୍ବଲପୁରୀ ଉତ୍ତରୀୟ ମହାମହିମ ରାଷ୍ଟ୍ରପତି ଙ୍କୁ ସମ୍ବର୍ଦ୍ଧନା ରେ ପ୍ରଦାନ କରିଥିଲେ।