ଖାଦ୍ୟ ଖାଇ ସାରିବା ପରେ ଅଇଁଠା ବାସନ ଛାଡି ଦେଇ ଉଠିଗଲେ ଆମ ଉପରେ କି ପ୍ରଭାବ ପଡିଥାଏ ? | News Room Odisha

ଖାଦ୍ୟ ଖାଇ ସାରିବା ପରେ ଅଇଁଠା ବାସନ ଛାଡି ଦେଇ ଉଠିଗଲେ ଆମ ଉପରେ କି ପ୍ରଭାବ ପଡିଥାଏ ?

ଆପଣମାନେ ଜାଣିଥିବେ ଯେ ବର୍ତ୍ତମାନ ସମୟରେ ଦୁନିଆରେ ଥିବା ପ୍ରତ୍ୟେକ ଲୋକ ନୂତନ ଟେକନୋଲୋଜି ଅନୁସାରେ ଚଳି ଆସୁଛନ୍ତି। କିନ୍ତୁ ଆମେ ଆମର ପୁରାଣ ଶାସ୍ତ୍ର ଏବଂ ବାସ୍ତୁ ଶାସ୍ତ୍ରକୁ ଭୁଲିବା ନାହିଁ। ଯାହା ପ୍ରତିନିତ୍ୟ ଆମ ଉପରେ ପ୍ରଭାବ ପକାଇଥାଏ। ଏହା ପ୍ରତ୍ୟକ୍ଷରେ ଦୃଶ୍ୟ ନହେଲେ ମଧ୍ୟ ସୁକ୍ଷ୍ମତା ରେ ଅନୁଭବ ହୋଇଥାଏ।

ପୁରାଣ ଶାସ୍ତ୍ର ଅନୁସାରେ ମାନବ ଜୀବନରେ ଥିବା ଦୁଃଖସୁଖ ଏବଂ ଭଲମନ୍ଦ ସବୁ ଆମ କର୍ମଉପରେ ନିର୍ଭର କରିଥାଏ।ତେବେ ଆମେ ଅଜାଣତ ରେ ଏମିତି କିଛିକାମ କରିଥାଉ ଯାହା ପରବର୍ତ୍ତୀ ସମୟ ରେ ପସ୍ତେଇବାକୁ ପଡିଥାଏ।ତେବେ ସେହି କାର୍ୟ୍ଯ ଗୁଡିକ ହେଲା ଯେଉଁ ବ୍ୟକ୍ତି ଅଇଁଠା ଖାଦ୍ୟ ଖାଇ ସାରିବା ପରେ ଅଇଁଠା ବାସନକୁ ଛାଡିଦେଇ ଥାନ୍ତି ସେମାନଙ୍କୁ କେବେହେଲେ ସଫଳତା ମିଳି ନଥାଏ।

ଖାଇ ସାରିବା ପରେ ତୁରନ୍ତ ଅଇଁଠା ବାସନକୁ ନିଜେ ଉଠାଇନେବା ଭଲ। ନଚେତ ସଂଗେ ସଂଗେ ଉଠାଇ ଦେବାର ବନ୍ଦୋବସ୍ତ କରିବେ। ଘରେ ଅଇଁଠା ବାସନ ପଡି ରହିଲେ ଏହାକୁ ଏକ ଅଶୁଭ ସଂକେତ ବିବେଚନା କରାଯାଏ।

ଜୀବନରେ କେବେ ଏହି ଭୁଲ ବି ଜମା କରନ୍ତୁ ନାହିଁ। ଯେଉଁଲୋକ ମାନେ ସୁର୍ଯ୍ୟଦୟ, ସୂର୍ଯ୍ୟାସ୍ତ କିମ୍ବା ଦିନ ୧୨ ଘଟିକା ସମୟରେ ଖାଦ୍ୟ ଖାଇବାର ଅଭ୍ୟାସ ରଖିଥାନ୍ତି କିମ୍ୱା ଲୋକଙ୍କ ସହିତ ସବୁବେଳେ କଳି କାଜିଆ କରିବାର ଅଭ୍ୟାସ ରଖିଥାନ୍ତି ତାଙ୍କ ଠାରେ ଦାରିଦ୍ର୍ୟ ଏବଂ ଅଭାବ ଦେଖାଯାଇଥାଏ।ଆପଣ ମାନେ ଅନେକ ସମୟରେ ଦେଖିଥିବେ ଖାଦ୍ୟ ଖାଇବା ବେଳେ ଖାଦ୍ୟରୁ ଚୁଟି ବାହାରିଥାଏ।ଯଦି ଖାଇବା ସମୟରେ ଖାଦ୍ୟରୁ ଚୁଟି ବାହାରିଥାଏ ତେବେ ଏହାର କିଛି ଶୁଭ କିମ୍ବା ଅଶୁଭ ନଥାଏ।କିନ୍ତୁ ଲୋକଙ୍କ ମନରେ ଏହାକୁ ନେଇ କିଛି ଅଶୁଭ ଚିନ୍ତାଧାରା ଆସିଥାଏ।

ଯେଉଁବ୍ୟକ୍ତି ନାକରେ ଆଙ୍ଗୁଳି ପୁରାଇଥାନ୍ତି ଏବଂ ବାରମ୍ବାର ଦାନ୍ତ ରଗଡିବାର ଅଭ୍ୟାସ ରଖିଥାଏ ସେହି ବ୍ୟକ୍ତି ପାଖରେ ସର୍ବଦା ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯାଏ।ଯେଉଁ ବ୍ୟକ୍ତିଙ୍କ ପାଖରେ ବାରମ୍ବାର ଚୁଟି ଧରିବା କିମ୍ବା ଭିଡ଼ିବାର ଅଭ୍ୟାସ ରହିଥାଏ ସେମାନଙ୍କ ପାଖରେ ସବୁବେଳେ ଅଶୁଭ ହୋଇଥାଏ ।

ଗରମ ପାଣିରେ ଗାଧୋଇବାର ଅଭ୍ୟାସ ଯେଉଁ ବ୍ୟକ୍ତିଙ୍କ ପାଖରେ ରହିଥାଏ ସେହି ବ୍ୟକ୍ତିର କେସ ଝଡ଼ିବା ସହିତ ଆଖିର ଦୃଷ୍ଟିଶକ୍ତି କ୍ଷମତା ହ୍ରାସ ପାଇଥାଏ।ଯଦି ଆପଣ କୌଣସି ବାହାର ଜାଗାରୁ ଆସି ଘରେ ପ୍ରବେଶ କରନ୍ତି ତେବେ ଗାଧୋଇବା ସମୟରେ ନିଜ ଶରୀରକୁ ଭଲ ଭାବରେ ସଫା କରିନେବା ଉଚିତ।ଏହା କରିବା ଦ୍ୱାରା ମନକୁ ସ୍ଥିର ଏବଂ ଶାନ୍ତି ମିଳିଥାଏ।

ଯଦି ମୁଣ୍ଡ କୁଣ୍ଡାଇବା ସମୟରେ ଯଦି ତାଙ୍କ ହାତରୁ ପାନିଆ ତଳେ ପଡିଥାଏ ତେବେ ତାହା ଶୁଭ ସୂଚନା ହୋଇଥାଏ।

ଆପଣ ଯଦି ଘର ପାଖରେ ଲଗାଇଥିବା ଗଛରେ ସବୁବେଳେ ପାଣି ଦିଅନ୍ତି ତେବେ ସବୁବେଳେ ଶୁଭ ହୋଇଥାଏ ଏହିପରି କାର୍ଯ୍ୟ କରିବା ଦ୍ବାରା ସ୍ୱାସ୍ଥ୍ୟ ଭଲ ରହିବା ସହିତ ମାନସିକ ସ୍ତରରେ ମଧ୍ୟ କୌଣସି ଚିନ୍ତା ରହି ନଥାଏ।

ବାସ୍ତବରେ ବାସ୍ତୁଶାସ୍ତ୍ରରେ ନିର୍ଦେଶ ଦିଆଯାଇଥିବା ଅନେକ ଉପଦେଶ ଆମ ଶରୀର ଓ ପାରିପାର୍ଶିକ ପରିବେଶର ସନ୍ତୁଳନ ରକ୍ଷା କରିବାକୁ ଏପରି କୁହାଯାଇଛି। ତେଣୁ ଏହାକୁ ଏକ ଅନ୍ଧ ବିଶ୍ୱାସ ନ କହି ମାନିବା ମାନବ ସମାଜ ପାଇଁ ମଙ୍ଗଳପ୍ରଦ।