ଭୁବନେଶ୍ବର – ଭିଜିଲାନ୍ସ ଜାଲରେ ଆରଡବ୍ଲୁଏସଏସ ସହକାରୀ ନିର୍ବାହୀ ଯନ୍ତ୍ରୀ ରବି ନାରାୟଣ ପଣ୍ଡା । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଭୁବନେଶ୍ୱର, କେନ୍ଦ୍ରାପଡା, ଉଦଳା ଓ ମୟୁରଭଞ୍ଜ ସମେତ ଏକକାଳୀନ ୮ ଟି ସ୍ଥାନରେ ଚଢାଉ ଜାରି ରହିଛି। ଆଇଗିଣିଆରେ ଥିବା ୩ ମହଲା ଘର, ପତ୍ରପଡା ବ୍ଲୁ ହିଲ ଆପାର୍ଟମେଣ୍ଟରେ ଥିବା ଫ୍ଲାଟ ସମେତ ଖଣ୍ଡଗିରି ମାର୍କେଟ କମ୍ପ୍ଲେକ୍ସ ରେ ନିର୍ମାନାଧୀନ ଦୋକାନରେ ଚଢ଼ାଉ କରୁଛି ଭିଜିଲାନ୍ସ । ଏହି ଚଢାଉରେ ଜଣେ ଆଡିସନାଲ ଏସପି, ୮ ଡିସିପି, ୫ ଇନସ୍ପେକ୍ଟର ଓ ୧୨ ଅଫିସର ସାମିଲ ଅଛନ୍ତି।