ଆଜିଠୁ ଯୁକ୍ତ ତିନି ତୃତୀୟ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା,‌୨୨ରେ ମେଧା ତାଲିକା | News Room Odisha

ଆଜିଠୁ ଯୁକ୍ତ ତିନି ତୃତୀୟ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା,‌୨୨ରେ ମେଧା ତାଲିକା

ଭୁବନେଶ୍ବର – ଯୁକ୍ତ ତିନି କଲେଜଗୁଡ଼ିକରେ ଖାଲିଥିବା‌ ସିଟ୍‌ ପୂରଣ ଲାଗି ପୁଣିଥରେ ନାମଲେଖା ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇଛି। ୱେବସାଇଟ୍‌ www.samsodisha.gov.in ରେ କମନ୍‌ ଆପ୍ଲିକେସନ ଫର୍ମ -ସିଏଏଫ୍‌ରେ ଉପଲବ୍ଧ ହେବ ଏବଂ ଆଗ୍ରହୀ ଛାତ୍ରଛାତ୍ରୀ ୧୭ ତାରିଖ ସୁଦ୍ଧା ଆବେଦନ କରିପାରିବେ। ନଭେମ୍ବର ୨୨ରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ ଏବଂ ଯୋଗ୍ୟ ଛାତ୍ରଛାତ୍ରୀ ୨୩ ଓ ୨୪ ତାରିଖରେ ନାମ ଲେଖାଇବେ। ୱେଟିଙ୍ଗ୍‌ ଲିଷ୍ଟରେ ଥିବା ଛାତ୍ରଛାତ୍ରୀଙ୍କ ତାଲିକା ୨୨ ତାରିଖରେ ପ୍ରକାଶ ସହ ୨୬ରୁ ୨୮ ତାରିଖ ମଧ୍ୟରେ ନାମଲେଖା ହେବ। ୨୯ ତାରିଖ ସୁଦ୍ଧା ସମସ୍ତ ନାମଲେଖା ପ୍ରକ୍ରିୟା ଶେଷ ସହ ୩୦ ତାରିଖ ସୁଦ୍ଧା ଛାତ୍ରଛାତ୍ରୀ ଫି’ ଦାଖଲ କରିପାରିବେ।

ନଭେମ୍ବର ୩୦ ପରେ କୌଣସି ପ୍ରକାର ଡାଟା ଅପ‌ଡେଟ୍‌ କରାଯିବ ନାହିଁ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି। ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା‌ରେ ଆବେଦନ କରି ନାମ ଲେଖାଇପାରି ନ ଥିବା, ଚୟନ ହେବା ସହ ନାମ ଲେଖାଇଥିବା ଓ ଲେଖାଇ ନ ଥିବା ଏବଂ ଆବେଦନ କରିପାରି ନ ଥିବା ଛାତ୍ରଛାତ୍ରୀ ଏହି ପର୍ଯ୍ୟାୟରେ ଭାଗ ନେଇପାରିବେ।