ରାଉରକେଲା – ଝିରପାଣି ଅଞ୍ଚଳରେ ଯୁବ ଠିକାଦାରଙ୍କ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଅଜିତ ଓରାମ ପୋଲିସ ସହ ଗୁଳି ବିନିମୟରେ ଆହତହୋଇଛି । ଅଭିଯୁକ୍ତ ଅଜିତ ହାତିବନ୍ଧା ଜଙ୍ଗଲରେ ଲୁଚିଥିବା ସୂଚନା ପାଇ ଆଜି ଭୋର ସମୟରେ ପୋଲିସର ଏକ ସ୍ଵତନ୍ତ୍ର ଟିମ୍ ଚଢାଉ କରିଥିଲା। ଏହି ସମୟରେ ପୋଲିସ ଉପରକୁ ତିନି ରାଉଣ୍ଡ ଗୁଳି ଚଳାଇଥିଲା ଅଭିଯୁକ୍ତ। ପୋଲିସର ପାଲଟା ଗୁଳିଚାଳନାରେ ଅଭିଯୁକ୍ତ ଆହତ ହୋଇଛି । ଡାହାଣ ଗୋଡ଼ରେ ଗୁଳି ବାଜିଥିବାରୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।
ଅଭିଯୁକ୍ତ ନିକଟରୁ ଗୋଟିଏ ବନ୍ଧୁକ ଓ ଦୁଇ ରାଉଣ୍ଡ ଗୁଳି ଜବତ କରାଯାଇଛି। ସରକାରୀ ଜମି ବିବାଦକୁ ନେଇ ଗତକାଲି ଠିକାଦାର ବାଞ୍ଛାନିଧି ତନ୍ତୀଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା । ଅଭିଯୁକ୍ତକୁ ଗିରଫ ଦାବିରେ ଗତକାଲି ଝିରପାଣି ଥାନା ଆଗରେ ରାସ୍ତାରୋକ କରିଥିଲେ ଉତ୍ତ୍ୟକ୍ତ ଲୋକ ।