ଶିଖରଚଣ୍ଡୀ ମନ୍ଦିର ପରିଦର୍ଶନ କରି ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ୫-ଟି ସଚିବ | News Room Odisha

ଶିଖରଚଣ୍ଡୀ ମନ୍ଦିର ପରିଦର୍ଶନ କରି ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ୫-ଟି ସଚିବ

ଭୁବନେଶ୍ୱର – ରାଜଧାନୀର ଶିଖରଚଣ୍ଡୀ ମନ୍ଦିର ପରିଦର୍ଶନ କରି ବିକାଶ ସ୍ଥିତିର ସମୀକ୍ଷା କରିଥିଲେ ୫-ଟି ସଚିବ ଭି.କେ ପାଣ୍ଡିଆନ । ଆଜି ଭୋର ସାଢେ ୫ଟାରେ ଶିଖରଚଣ୍ଡୀ ମନ୍ଦିର ପରିଦର୍ଶନ କରି ବିକାଶ ସ୍ଥିତି ସମୀକ୍ଷା କରିଥିଲେ ୫-ଟି ସଚିବ । ସେ ମାଆଙ୍କୁ ଦର୍ଶନ କରିବା ସହ ମନ୍ଦିରର ବିକାଶ ନେଇ ଆଲୋଚନା କରିଛନ୍ତି। ଏହାପରେ ହିଲଟପରେ ଥିବା ହନୁମାନ ମନ୍ଦିର ମଧ୍ୟ ସେ ପରିଦର୍ଶନ କରିଥିଲେ। ସେ ସ୍ଥାନକୁ ମଧ୍ୟ କିପରି ସୁନ୍ଦର କରାଯାଇପାରିବ, ସେଥିପାଇଁ ମଧ୍ୟ ସେ ଆଲୋଚନା କରିଥିଲେ।

ପରେ ପାଇକରାପୁରରେ ପ୍ରସ୍ତାବିତ ସ୍ପୋର୍ଟ୍ସ ସିଟିର କାମର ସମୀକ୍ଷା କରିଥିଲେ ୫-ଟି ସଚିବ। ଜଟଣୀ ଅଲକର ଗସ୍ତ କରିଥିଲେ ୫ଟି ସଚିବ । ତାଙ୍କ ସହ ବିଡିଏ ଉପାଧ୍ୟକ୍ଷ, ବିଏମସି କମିଶନର, ଖୋର୍ଦ୍ଧା ଜିଲ୍ଲାପାଳ, ଉପଜିଲ୍ଲାପାଳ, ଭୁବନେଶ୍ବର ତହସିଲଦାର ଓ ଚନ୍ଦକା ଡିଏଫଓ ପ୍ରମୁଖ ଉପସ୍ଥିତ ଥିଲେ ।