ପ୍ରାଥମିକ କୃଷିଋଣ ସମବାୟ ସମତିକୁ କୋର ବ୍ୟାଙ୍କି କରବା ସହ ସଂଯୋଗୀକରଣ କ୍ଷେତ୍ରରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ : ମୁଖ୍ୟମନ୍ତ୍ରୀ | News Room Odisha

ପ୍ରାଥମିକ କୃଷିଋଣ ସମବାୟ ସମତିକୁ କୋର ବ୍ୟାଙ୍କି କରବା ସହ ସଂଯୋଗୀକରଣ କ୍ଷେତ୍ରରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ୬୯ତମ ନିଷ୍ଫଳ ଭାରତ ସମବାୟ ସପ୍ତାହ ପାଳନର ଦ୍ଵିତୀୟ ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ ବାର୍ତ୍ତା ଯୋଗେ ରାଜ୍ୟର ସମବାୟ ଆନ୍ଦୋଳନକୁ ଅଧିକ ସଶକ୍ତ କରିବା ଜରୁରୀ ବୋଲି କହିଛନ୍ତି । ସେ କହିଛନ୍ତି ଯେ କୃଷି ଅର୍ଥନୀତିର ମୁଖ୍ୟ ଆଧାର । କୃଷିର ଉନ୍ନତି ନିମନ୍ତେ ସମବାୟର ଭୂମିକା ମହତ୍ତ୍ଵପୂର୍ଣ୍ଣ । ପ୍ରାଥମିକ କୃଷିରଣ ସମବାୟ ସମତିକୁ ଅନ୍‌ଲାଇନ୍ କରାଯାଇ କୋର ବ୍ୟାଟିଂ ସହିତ ସଂଯୋଗୀକରଣ କ୍ଷେତ୍ରରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ । ରାଜ୍ୟରେ ଯୋଗାଇ ଦିଆଯାଇଥିବା କୃଷି ଋଣର ୬୦ ପ୍ରତିଶତ ସମବାୟ ବ୍ୟାଙ୍କ ଓ ସମିତି ଜରିଆରେ ପ୍ରଦାନ କରାଯାଉଛି । କେନ୍ଦ୍ରରେ ଏହା ମାତ୍ର ୧୭ ପ୍ରତିଶତ । ସମବାୟ ଆନ୍ଦୋଳନ ସଶକ୍ତ ହେଲେ ରାଜ୍ୟର ଅର୍ଥନୈତିକ ବିକାଶ ଆଶାନୁରୂପ ହୋଇପାରିବ ବୋଲି ସେ ଉଲ୍ଲେଖ କରିଛନ୍ତି । ଅର୍ଥନୈତିକ ଉତ୍‌ଥାନ ପାଇଁ ଗୋଷ୍ଠୀ ସହଯୋଗ ଜରୁରୀ । ଏହି ମିଳିତ ସହଯୋଗରୁ ହିଁ ସମବାୟର ସୃଷ୍ଟି । ସମବାୟ ଆର୍ଥିକ ଉନ୍ନତିର ଜନକ । ଗରିବ ଚାଷୀଭାଇ ଓ ଅନ୍ୟ ବୃତ୍ତିକୁ ଆଦରି ନେଇଥିବା ସଂପ୍ରଦାୟଗୁଡ଼ିକର ଦୁଃଖଦୁର୍ଦ୍ଦଶା ଦୂର କରିବା କ୍ଷେତ୍ରରେ ସମବାୟର ଆବଶ୍ୟକତା ପ୍ରାକ୍ ସ୍ଵାଧୀନତା ବେଳରୁ ମହାତ୍ମା ଗାନ୍ଧୀ , କୁଳବୃଦ୍ଧ ମଧୁସୂଦନଙ୍କ ଭଳି ମହାମନିଷୀମାନେ ଉପଲବ୍ଧ କରିଥିଲେ । ସମ୍ପ୍ରତି ରାଜ୍ୟ ଅର୍ଥନୀତିର ମୁଖ୍ୟସ୍ରୋତରେ ସମବାୟ ଏକ ମାଇଲ ଖୁଣ୍ଟ ରୂପେ ସାବ୍ୟସ୍ତ ହୋଇ ପାରିଛି ବୋଲି କୃଷି ଓ କୃଷକ ସଶକ୍ତିକରଣ ବିଭାଗ , ହସ୍ତତନ୍ତ , ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢୀ ପ୍ରକାଶ କରିଛନ୍ତି । ୬୯ତମ ନିଷ୍ଫଳ ଭାରତ ସମବାୟ ସପ୍ତାହ ପାଳନର ଦ୍ଵିତୀୟ ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୃଷି ସଚିବ ଶ୍ରୀ ପାଢୀ କହିଲେ ଯେ ଆଧୁନିକ ଯୁଗରେ ସମବାୟର ପରିସର ଅତ୍ୟନ୍ତ ବ୍ୟାପ୍ତ । ଜୀବନର ପ୍ରତ୍ୟେକ ଉଦ୍ଦେଶ୍ୟ ଓ ଲକ୍ଷ୍ୟ ସାଧୂ ପାଇଁ ଆଜି ସମବାୟ ସମିତିମାନ ପ୍ରତିଷ୍ଠା ହୋଇସାରିଛି ।

ଉପଭୋକ୍ତାମାନଙ୍କ ପାଇଁ ଖାଉଟି ସମବାୟ ସମିତିମାନ ଗଠିତ ହୋଇଛି । କୃଷି କ୍ଷେତ୍ରରେ ଉନ୍ନତି ପାଇଁ କୃଷି ଋଣ ସମିତିମାନ ଗଠିତ ହୋଇଛି । ଚାଷୀଭାଇମାନଙ୍କ ଆର୍ଥିକ ସହାୟତା ପ୍ରଦାନ କ୍ଷେତ୍ରରେ ସେଗୁଡ଼ିକର ଅବଦାନ ମହତ୍ତ୍ଵପୂର୍ଣ୍ଣ ହୋଇଥାଏ । ବିଶେଷ କରି ଗ୍ରାମାଞ୍ଚଳରେ ସମବାୟ ଅର୍ଥନୈତିକ ଉତ୍‌ଥାନର ମୁଖ୍ୟ ମାଧ୍ୟମ ହୋଇପାରିଛି । ଅର୍ଥନୈତିକ ବୈଷମ୍ୟ ପରି ଗୁରୁତର ସମସ୍ୟାସବୁର ସମାଧାନ ପାଇଁ ସମବାୟ ହିଁ ସହଜ ପନ୍ଥା । ଗ୍ରାମାଞ୍ଚଳ ତଥା ସହରାଞ୍ଚଳରେ ଋଣ ପ୍ରଦାନ , କୃଷି ଉତ୍ପାଦନ , ଶସ୍ୟ ମହକୁଦ , ସୁଷମ ବଣ୍ଟନ , ରାସାୟନିକ ସାର ବିପଣନ , ଖାଉଟୀ କଲ୍ୟାଣ , ମତ୍ସ୍ୟଚାଷ , ଶ୍ରମ , ଗୃହନିର୍ମାଣ , ଦୁଗ୍ଧ ଉତ୍ପାଦନ , ଗୋ – କୁକୁଟ ପାଳନ ଆଦି ବହୁମୁଖୀ କାର୍ଯ୍ୟ କ୍ଷେତ୍ରରେ ସମବାୟ ତାହାର ଭୂମିକାକୁ ପ୍ରତିପାଦିତ କରିପାରିଛି । ଆମ ସମାଜର ଦୁର୍ବଳ ଓ ଅବହେଳିତ ଶ୍ରେଣୀମାନଙ୍କ ପ୍ରଗତି ନିମନ୍ତେ ସମବାୟ ଏକ ପାର୍ଶ୍ଵପତି ଅସ୍ତ୍ର ସଦୃଶ । ରାଜ୍ୟ ସମବାୟର ସଫଳତା ସମ୍ପର୍କରେ ଉଲ୍ଲେଖ କରି ସେ କହିଲେ ଯେ ସମବାୟ ବ୍ୟାଙ୍କ ଓ ସମିତି ମାଧ୍ୟମରେ ୨୦୨୧ – ୨୨ ଆର୍ଥିକ ବର୍ଷରେ ୧୦୧୨୭ ଜଣ ହିତାଧିକାରୀମାନଙ୍କୁ ୧୪୪ କୋଟି ୩୨ କୋଟି ଟଙ୍କାର ମଧ୍ୟମ ଓ ଦୀର୍ଘ ମିଆଦି କୃଷିଋଣ ଯୋଗାଇ ଦିଆଯାଇଛି । ରାଜ୍ୟ ସରକାରଙ୍କ ସୁଧ ରିହାତି ଯୋଜନାରେ ବିନା ସୁଧରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଏବଂ ତଦୁର୍ଦ୍ଧା ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାତ୍ର ୨ % ସୁଧ ହାରରେ କୃଷି ଋଣ ବ୍ୟବସ୍ଥା କରାଯାଇଛି । ୨୦୨୦ – ୨୧ରେ ସମବାୟ ବ୍ୟାଙ୍କ ଓ ସମିତି ମାଧ୍ୟମରେ ମିଶନଶକ୍ତି ଅନ୍ତର୍ଭୁକ୍ତ ୧୩୭୪୦ଟି ଏସ୍ଏଚ୍‌ଙ୍କୁ ୨୨୦ କୋଟି ୧୪ ଲକ୍ଷ ଟଙ୍କାର ଋଣ ପ୍ରଦାନ କରାଯାଇଛି । ୨୦୨୧ ଖରିଫ ବର୍ଷରେ ୨୬୬୮୬୮୧ଟି ଆବେଦନ ବାବଦକୁ ଚାଷୀମାନଙ୍କୁ ଅଦ୍ୟାବଧି ୯୫୯ କୋଟି ଟଙ୍କା ଫସଲ ବୀମା ପ୍ରଦାନ କରାଯାଇଛି । ସମାଜର ଅର୍ଦ୍ଧାଧିକ ମହିଳା ଓ ଯୁବକମାନଙ୍କୁ ସମବାୟ ଆନ୍ଦୋଳନରେ ସାମିଲ କରି ଏକ ସଶକ୍ତ ସମବାୟ ଆନ୍ଦୋଳନର ବାସ୍ତବ ରୂପାୟନ ପାଇଁ ଆମେ ଅଙ୍ଗୀକାରବଦ୍ଧ ହେବା ଜରୁରୀ । ଏଥୁ ନିମନ୍ତେ ସମବାୟ ଆନ୍ଦୋଳନକୁ ଅଧିକରୁ ଅଧିକ ଶକ୍ତିଶାଳୀ କରିବା ପାଇଁ ସମବାୟ ଶିକ୍ଷା , ତାଲିମ , ପ୍ରଚାର ଓ ପ୍ରସାର ଏବଂ ଆଲୋଚନାଚକ୍ର ଭଳି କାର୍ଯ୍ୟକ୍ରମ କରାଯାଉଥିବା ବାସ୍ତବିକ୍ ଅଭିନନ୍ଦନୀୟ । ୬୯ତମ ନିଷ୍ଫଳ ଭାରତ ସମବାୟ ସପ୍ତାହ ପାଳନ ଅବସରରେ ରାଜ୍ୟବାସୀଙ୍କ ସାମାଜିକ ଓ ଆର୍ଥିକ ଉତ୍‌ଥାନ ପାଇଁ ସମବାୟ ପ୍ରତିବଦ୍ଧ ହେଉ ବୋଲି ପ୍ରମୁଖ ଶାସନ ସଚିବ ଶ୍ରୀ ପାଢୀ ଆହ୍ୱାନ ଦେଇଥିଲେ । ନାବାର୍ଡ ଆଞ୍ଚଳିକ କାର୍ଯ୍ୟାଳୟ , ଓଡ଼ିଶାର ମୁଖ୍ୟ ମହା ପ୍ରବନ୍ଧକ ସି . ଉଦୟ ଭାସ୍କର ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ରାଜ୍ୟର ଅର୍ଥନୈତିକ ପ୍ରଗତି ଓ ସମବାୟର ବିକାଶ ଦିଗରେ ନାବାର୍ଡ ମହତ୍ତ୍ଵପୂର୍ଣ୍ଣ ଯୋଗଦାନ ଦେଇ ଆସିଛି ବୋଲି କହିଥିଲେ ।

ସମବାୟ ବିଭାଗର ପ୍ରମୁଖ ଶାସନ ସଚିବ ସଂଜୀବ କୁମାର ଚଢ଼ା କହିଲେ ଯେ ରାଜ୍ୟରେ ୧୩୦୦ ନୂତନ ପ୍ରାଥମିକ ସମବାୟ ସମିତି ପ୍ରତିଷ୍ଠା କରାଯାଉଛି । ଏହି ପଦକ୍ଷେପ ମଧ୍ୟମ , କ୍ଷୁଦ୍ର ଓ ଭୂମିହୀନ ଚାଷୀଙ୍କ ପାଇଁ କଲ୍ୟାଣକାରୀ ସାବ୍ୟସ୍ତ ହେବ । ନୂତନ ରାଜ୍ୟ ସମବାୟ ନୀତି ପ୍ରଣୟନ ପରେ ରାଜ୍ୟର ସମବାୟ ଆନ୍ଦୋଳନରେ ଏକ ବ୍ୟାପକ ଉନ୍ନତି ପରିଲକ୍ଷିତ ହେବ ବୋଲି ସେ ମତବ୍ୟକ୍ତ କରିଥିଲେ । ସମବାୟ ବିଭାଗର ଅତିରିକ୍ତ ଶାସନ ସଚିବ ରେଣୁପ୍ରଭା ନାୟକ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ । ଓଡ଼ିଶା ରାଜ୍ୟ ପଣ୍ୟାଗାର ନିଗମର ପରିଚାଳନା ନିର୍ଦ୍ଦେଶକ ଡ . ଗଣେଶ୍ଵର ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ପୂର୍ବରୁ ଅତିଥିମାନେ ଉତ୍କଳ ମଣ୍ଡପ ପରିସରରେ ଥିବା ବୟନିକା , ଉତ୍କଳିକା , ସମ୍ବଲପୁରୀ ବସ୍ତ୍ରାଳୟ , ଇଫ୍‌କୋ , ମାର୍କଫେଡ୍ , ଓମ୍‌ଫେଡ୍‌ , ଓପୋଲୋଫେଡ୍‌ , ସେରିଫେଡ୍ ଆଦି ଷ୍ଟଲଗୁଡ଼ିକୁ ବୁଲି ଦେଖୁଥିଲେ । ପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶିତ ହୋଇଥିଲା ।