ଚାଷୀ ପ୍ରସଙ୍ଗରେ ବିଜେପିର ଆଭିମୁଖ୍ୟ ଉପରେ ବର୍ଷିଲା ବିଜେଡି | News Room Odisha

ଚାଷୀ ପ୍ରସଙ୍ଗରେ ବିଜେପିର ଆଭିମୁଖ୍ୟ ଉପରେ ବର୍ଷିଲା ବିଜେଡି

ଭୁବନେଶ୍ବର – ଚାଷୀ ପ୍ରସଙ୍ଗରେ ବିଜେପି ପକ୍ଷରୁ ବିଧାନସଭା ଆଗରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ସତ୍ୟାଗ୍ରହ ଲାଗି ବିଜେପିର ନିଷ୍ପତ୍ତିକୁ କଡା ସମାଲୋଚନା କରିଛି ବିଜେଡି । ଏକ ସାମ୍ବାଦିକ ସମ୍ମିଳୀରେ ବିଜେଡି ମୁଖପାତ୍ର ତଥା ରାଜ୍ୟସଭା ସଦସ୍ୟ ଡକ୍ଟର ସସ୍ମିତ ପାତ୍ର କହିଛନ୍ତି, ବିଧାନସଭା ଆଗରେ ଧାରଣା ପରିବର୍ତ୍ତେ ସଂସଦ ସାମ୍ନାରେ ବସୁ ରାଜ୍ୟ ବିଜେପି। କେନ୍ଦ୍ରରେ କାହା ସରକାର ଅଛି ବୋଲି ପ୍ରଶ୍ନ କରିଛନ୍ତି ସସ୍ମିତ। ଚାଷୀ ପ୍ରସଙ୍ଗର ଏଠି ଧାରଣା ନ ଦେଇ ସଂସଦ ସାମ୍ନାରେ ଧାରଣା ଦେଲେ କେନ୍ଦ୍ର ସରକାରଙ୍କ ନିଦ ଭାଙ୍ଗିବ। ଧାନ ସଂଗ୍ରହ,ଚାଉଳ ଉଠାଣ, ଏମଏସପି, ଚାଷ ବୀମା ଆଦି ପ୍ରସଙ୍ଗରେ କେନ୍ଦ୍ର ସରକାର ନିଷ୍ପତ୍ତି ନିଅନ୍ତି। ଶୀତକାଳୀନ ଅଧିବେଶନ ସମୟରେ ସଂସଦ ସାମ୍ନାରେ ଧାରଣା ଦିଆଗଲେ କେନ୍ଦ୍ର ସରକାର ଚେତିବେ। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ କରିବାକୁ ବିଧାସଭାରେ ସର୍ବସମ୍ମତି କ୍ରମେ ସଂକଳ୍ପ ପାରିତ ହୋଇଥିଲା। ବିଜେପି ବିଧାୟକମାନଙ୍କ ସମ୍ମତି ଏବେ କୁଆଡ଼େ ଗଲା ବୋଲି ପ୍ରଶ୍ନ କରିଛନ୍ତି ସସ୍ମିତ । ସରକାରକୁ ଆସିଲେ ଏମଏସପି ଦେଢ଼ ଗୁଣା କରିବାକୁ କହିଥିଲେ କୁଆଡେ ଗଲା। ଏ ସମସ୍ତ ପ୍ରସଙ୍ଗରେ ରାଜ୍ୟ ବିଜେପି ସଂସଦ ସାମ୍ନାରେ ଧାରଣା ଦିଅନ୍ତୁ। କାଳିଆ ଯୋଜନାକୁ ଅଟକାଇବାକୁ କେନ୍ଦ୍ର ସରକାର ଉଦ୍ୟମ କରିଥିଲେ ବୋଲି ଚାଷୀମାନେ ଜାଣିଗଲେଣି । ବିଜେପିର ଚିନ୍ତାଧାରା ଚାଷୀ ବିରୋଧୀ ବୋଲି କହିଛନ୍ତି ସସ୍ମିତ ।