ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ଅଫିସର | News Room Odisha

ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ଅଫିସର

ବଲାଙ୍ଗୀର – ଭିଜିଲାନ୍ସ ଜାଲରେ ପଡିଲେ ତହସିଲ କାର୍ଯ୍ଯାଳୟର ସେକ୍ସନ ଅଫିସର। ବଲାଙ୍ଗୀର ଜିଲ୍ଲା ବେଲପଡା ତହସିଲର ସେକ୍ସନ ଅଫିସର ଯୁଗଳ ରାଉତ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ ମାଡିିବସିଥିଲା । ଜମି ମ୍ୟୁଟେସନ କେସ ପାଇଁ ଲାଞ୍ଚ ନେଉଥିଲେ ଯୁଗଳ। ଏହାପରେ ବେଲପଡା କାର୍ଯ୍ୟାଳୟ ଓ ପାଟଣାଗଡ଼ ବାସଭବନରେ ଭିଜିଲାନ୍ସ ଟିମ ଛାନଭିନ କରୁଥିବା ଜଣାପଡ଼ିଛି ।