ରାଜ୍ୟ ଶିଶୁ ନୀତି -୨୦୨୨କୁ କ୍ୟାବିନେଟ ମଞ୍ଜୁରୀ | News Room Odisha

ରାଜ୍ୟ ଶିଶୁ ନୀତି -୨୦୨୨କୁ କ୍ୟାବିନେଟ ମଞ୍ଜୁରୀ

ଭୁବନେଶ୍ୱର – ରାଜ୍ୟ ଶିଶୁ ନୀତି-୨୦୨୨ ‘ପ୍ରାରମ୍ଭ’କୁ ମଂଜୁରୀ କ୍ୟାବିନେଟର ଅନୁମୋଦନ ଲାଭ କରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ‘ପ୍ରାରମ୍ଭ’କୁ ମଂଜୁରୀ ମିଳିଛି। ଶିଶୁଙ୍କର ବଞ୍ଚିବାର ଅଧିକାର ଓ ସୁରକ୍ଷାକୁ ଗୁରୁତ୍ୱ ଦେବ ନୂଆ ନୀତି । ଶିଶୁଙ୍କର ମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟ ଓ ଶିକ୍ଷା ଅଧିକାରକୁ ଗୁରୁତ୍ୱ ଏହି ନୀତି ଜରିଆରେ ଗୁରୁତ୍ୱ ଦିଆଯିବ।