ସାମାଜିକ ସୁରକ୍ଷା ହିତାଧିକାରୀଙ୍କୁ ମିଳିବ ଶୀତକାଳୀନ ସହାୟତା | News Room Odisha

ସାମାଜିକ ସୁରକ୍ଷା ହିତାଧିକାରୀଙ୍କୁ ମିଳିବ ଶୀତକାଳୀନ ସହାୟତା

ଭୁବନେଶ୍ୱର – ସାମାଜିକ ସୁରକ୍ଷା ହିତାଧିକାରୀମାନଙ୍କୁ ରାଜ୍ୟ ସରକାର ଶୀତକାଳୀନ ସହାୟତା ପ୍ରଦାନ କରିବେ । ପ୍ରତ୍ୟେକ ହିତାଧିକାରୀଙ୍କୁ ଏ ବାବଦରେ ଏକକାଳୀନ ତିନିଶହ ଟଙ୍କା ଦିଆଯିବ ।

ଡିସେମ୍ବର ମାସରେ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଏହି ଟଙ୍କା ଜମା କରାଯିବ । ସାମାଜିକ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ୪୮ ଲକ୍ଷରୁ ଅଧିକ ହିତାଧିକାରୀ ଏହି ଶୀତକାଳୀନ ସହାୟତା ପାଇବେ । ରାଜ୍ୟ ସରକାର ସହାୟତା ବାବଦରେ ପ୍ରାୟ ୧୪ କୋଟି ୬୨ ଲକ୍ଷ ଟଙ୍କା ମଂଜୁର କରିଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ହିତାଧିକାରୀମାନଙ୍କୁ ପ୍ରତ୍ୟେକ ୧୦୦ ଟଙ୍କା କରି ଗ୍ରୀଷ୍ମକାଳୀନ ସହାୟତା ପ୍ରଦାନ କରାଯାଇଥିଲା ।