ସମ୍ବଲପୁର, ୨୦-୧୧-୨୨: ୧୮୫୭ କ୍ରାନ୍ତିର ମୁକସାକ୍ଷୀ ସମ୍ବଲପୁର କୁଦୋପାଲି ଘାଟିରେ ଗୋଟିଏ ଦିନରେ ୫୩ ଜଣ ଇଂରେଜ ଗୁଲିରେ ସହିଦ ହେବା ସହ ୫ ଜଣ ଫାଶିଖୁଣ୍ଟରେ ଝୁଲିବା ଇତିହାସରେ ବିରଲ ଘଟଣା। ବୀର ସୁରେନ୍ଦ୍ର ସାଏଂକ ଗରିଲା ଯୁଦ୍ଧର ଏକ ପ୍ରମୁଖ ଘାଟୀ ଭାବରେ ସମ୍ବଲପୁର ରୁ ମାତ୍ର ଆଠ କିମି ଦୁରରେ ବର୍ତ୍ତମାନ ସମ୍ବଲପୁର ମହାନଗର ନିଗମ ଅଧିନରେ ରହିଥିବା କୁଦୋପାଲି ଘାଟିରେ ଡିସେମ୍ବର ୩୦ ତାରିଖ ୧୮୫୭ ମସିହାରେ ଇଂରେଜମାନେ ଅତର୍କିତ ଆକ୍ରମଣ କରିଥିଲେ। କୁଦୋପାଲି ଘାଟି ଦାଯିତ୍ବ ରେ ରହିଥିବା ବୀର ସୁରେନ୍ଦ୍ର ସାଏଂକ ପଂଚମ ଭାଇ ଛବିଲ ସାଏଂକ ସହ ୫୩ ଜଣ ସେହି ଆକ୍ରମଣ ରେ ପ୍ରାଣ ହରାଇ ଥିଲେ। ଧରାପଡ଼ି ଛବିଲ ସାଏଂକ ସହଯୋଗୀ ଚାରିଜଣଂକ ସହ ବିଦ୍ରୋହୀମାନଙ୍କୁ ସହଯୋଗ କରିଥିବା ଜଣେ ଇଂରେଜ ସୈନ୍ଯ କୁ ମଧ୍ଯ ଫାଶି ହୋଇଥିଲା।କୁଦୋପାଲି ଗାଁର ବାଲକି ଗଣ୍ଡା, ବାଲ ମୁକୁନ୍ଦ କନ୍ଧ, ଚୁନ୍ଦି କୁଡା, ବୁଧୁ ଗଣ୍ଡା, ହାଡୁଗଣ୍ଡା ପ୍ରମୁଖ ସଂଗ୍ରାମୀ ସେହିଦିନ ଇଂରେଜ ଗୁଲିରେ ପ୍ରାଣ ହରାଇଥିଲେ। ରକ୍ତ ରଂଜିତ ସେହି କୁଦୋପାଲି ଘାଟିକୁ ପୁର୍ବତନ ମୁଖ୍ଯମନ୍ତ୍ରୀ ହେମାନନ୍ଦ ବିଶ୍ବାଲ, ପୁର୍ବତନ ମନ୍ତ୍ରୀ ପ୍ରକାଶ ଦେବତା, ସନାତନ ବିଶି, ବସନ୍ତ ମହାନନ୍ଦ, ରାସେଶ୍ୱରୀ ପାଣିଗ୍ରାହୀ ପ୍ରମୁଖ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ତେବେ ଭଗ୍ନ ସ୍ମୁତି ଭବନକୁ ଛାଡି ବର୍ତ୍ତମାନ ସ୍ମୁତିର ସୁରକ୍ଷା ପାଇଁ କୌଣସି ବ୍ୟବସ୍ଥା କରାଯାଇ ନାହିଁ। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ରହିଥିଲା। ୧୯୮୧ ମସିହାରୁ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମଦିନରେ କୁଦୋପାଲି ଘାଟୀରେ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ କରାଯାଇ ଆସୁଥିଲା । ପଶ୍ଚିମାଞ୍ଚଳ ଏକତା ମଂଚ ପକ୍ଷରୁ ୨୦୧୩ ମସିହାରୁ ସ୍ଥାନୀୟ ଲୋକଙ୍କ ସହଯୋଗରେ ଡିସେମ୍ବର ୩୦ ତାରିଖ ଶହୀଦ ସ୍ମୁତି ଦିବସକୁ ମନେ ପକାଇବା ପାଇଁ ରକ୍ତତୀର୍ଥ କୁଦୋପାଲି ରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଆସୁଛି। ତେବେ ପ୍ରଶାସନିକ ସହଯୋଗରେ ଶହୀଦ ପୀଠର ବିକାଶ ପାଇଁ ଜିଲ୍ଲା ପ୍ରଶାସନ କୁ ପଶ୍ଚିମାଞ୍ଚଳ ଏକତା ମଂଚ ପକ୍ଷରୁ ଲିଖିତ ଅନୁରୋଧ ପରେ ଆଜି ମହାନଗର ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଆଜି ସମ୍ବଲପୁର ମହାନଗର ନିଗମ କମିଶନର ପ୍ରଦୀପ ସାହୁ ଏନଫୋର୍ସମେଣ୍ଟ ଅଧିକାରୀ ଶୁଭଂକର ମହାନ୍ତି, କନିଷ୍ଠ ଯନ୍ତ୍ରୀ ଇନ୍ଦ୍ରମଣି ସାହୁ କୁଦୋପାଲି ଘାଟୀ ଏବଂ କୁଦୋପାଲି ଗାଁ ପରିଦର୍ଶନ କରି କିଭଲି ଭାବେ ଅଂଚଲର ଐତିହାସିକ ଭତିଭୁମିର ବିକାଶ କରାଯାଇ ପାରିବ ତାର ଯୋଜନା ପ୍ରସ୍ତୁତ କରିଥିଲେ। ବିଶିଷ୍ଟ ଐତିହାସିକ ଦିପକ ପଣ୍ଡା ୧୮୫୭ ଡିସେମ୍ବର ୩୦ ତାରିଖର ଘଟଣା କ୍ରମ ବିଷୟରେ ଅବଗତ କରାଇ ଥିଲେ। ସାମ୍ବାଦିକ ଶିବପ୍ରସାଦ ମେହେର ବିଗତ ଦିନରେ ଘାଟୀ ରେ କରାଯାଇଥିବା କାର୍ଯ୍ୟକ୍ରମ ବିଷୟ ରେ ସୁଚନା ଦେଇଥିଲେ। ପଶ୍ଚିମାଞ୍ଚଳ ଏକତା ମଂଚ ର ଆବାହକ ଭବାନୀଶ ଭୋଇ କୁଦୋପାଲି ଗାଁ ଏବଂ ଘାଟୀ ରେ ମହାନଗର ନିଗମ ପକ୍ଷରୁ ଐତିହାସିକ ସ୍ମାରକୀ ନିର୍ମାଣ କରିବା ପାଇଁ କମିଶନରଙ୍କୁ ଅନୁରୋଧ କରିଥିଲେ। କୁଦୋପାଲି ର ବରିଷ୍ଠ ନାଗରିକ କମିଟୀର ସଭାପତି ସୋନୁନ୍ଦ୍ରୀୟ ଡନସନା ଏବଂ ପୁର୍ବତନ ସରପଂଚ ତ୍ରୀଲୋଚନ ମହାନନ୍ଦ କୁଦୋପାଲି ଗାଁ ର ବିଭିନ୍ନ ସମସ୍ୟା ବିଷୟ ରେ କମିଶନରଙ୍କ ଧ୍ଯାନ ଆକର୍ଷଣ କରିଥିଲେ। ଆଜିର ପରିଦର୍ଶନ ପରେ ମହାନଗର ନିଗମ ପକ୍ଷରୁ ଐତିହାସିକ ଛବିଲ ସାଏ ସ୍ମୁତି ମଣ୍ଡପ ନିର୍ମାଣ, ଗାଁରେ ଓ୍ବାଲ ପେଣ୍ଟିଂ କରାଯିବା, ଘାଟୀ ତଲେ ପୁଷ୍କରିଣୀ ର ବିକାଶ ସହ ଘାଟୀ ତଲର ସୌନ୍ଦର୍ୟ୍ଯକରଣ ପ୍ରକଲ୍ପ ସହ ଗାଁ ର ବିଭିନ୍ନ ଉନ୍ନତି କାର୍ୟ୍ଯ ହାତକୁ ନିଆଯିବା ପାଇଁ ଯୋଜନା କରାଯାଇଛି। ଏହାସହ କୁଦୋପାଲି ରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଡିସେମ୍ବର ୩୦ ତାରିଖରେ ଶହୀଦ ମାନଂକ ସ୍ମୁତି ରେ ବିଶେଷ କାର୍ଯ୍ୟକ୍ରମ ଆୟୋଜନ ଉପରେ ଆଲୋଚନା କରାଯାଇଛି । ଆଜିର ପରିଦର୍ଶନ ସମୟରେ କୁଦୋପାଲି ର ଗଜିନ୍ଦ୍ର ବେହେରା, ରାଜକୁମାର ମିର୍ଧା, ଲମ୍ବୋଦର ବଢାଇ, ଆଦିତ୍ୟ ବାରିକ,ସୁଦାମ ସେଠାରେ, ତରଣୀ ସେଠ,ବିଜୟ ସେଠ ପ୍ରମୁଖ ସାମିଲ ହୋଇଥିଲେ।