ଶୀତ ପ୍ରବାହ ସାମାନ୍ୟ ହ୍ରାସ, ୨୩ରୁ ପୁଣି ବଢିବ | News Room Odisha

ଶୀତ ପ୍ରବାହ ସାମାନ୍ୟ ହ୍ରାସ, ୨୩ରୁ ପୁଣି ବଢିବ

ଭୁବନେଶ୍ବର – ରାଜ୍ୟର ଶୀତ ଲହରୀରେ ସାମାନ୍ୟ ଥମିଛି । ରାଜ୍ୟରେ ରାତିରେ ପାରଦ ବୃଦ୍ଧି ପାଇଛି। କୋରାପୁଟର ସର୍ବନିମ୍ନ ତାପମାତ୍ରା ୧୧.୨ ଡିଗ୍ରୀ ରେକର୍ଡ ହୋଇଥିଲା । ଏଥିସହ ରାଜ୍ୟର ଥଣ୍ଡା ସହର ପାଲଟିଥିଲା କୋରାପୁଟ । ଫୁଲବାଣୀରେ ରାତି ତାପମାତ୍ରା ୧୨.୨ ଡିଗ୍ରୀ ଓ ଦାରିଙ୍ଗବାଡ଼ିରେ ୧୨.୫ ଡିଗ୍ରୀ ରହିଥିଲା ।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା ୨ ଦିନ ଯାଏଁ ରାଜ୍ୟର ତାପମାତ୍ରାରେ ବିଶେଷ କିଛି ପରିବର୍ତ୍ତନ ଦେଖାଯିବ ନାହିଁ। ରାଜ୍ୟର ଅଧିକାଂଶ ସ୍ଥାନର ତାପମାତ୍ରା ୩ରୁ ୪ ଡିଗ୍ରୀ ହ୍ରାସ ପାଇବା ସହ ପୁଣି ଶୀତ ବଢିବ ବୋଲି କୁହାଯାଇଛି।