ଭୁବନେଶ୍ୱର – ଭୁବନେଶ୍ୱର ଓ ରାଉରକେଲାରେ ଆୟୋଜିତ ହେବାକୁ ଥିବା ହକି ବିଶ୍ୱକପ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି । ଆସନ୍ତାବର୍ଷ ଜାନୁଆରୀରେ ଆରମ୍ଭ ହେବାକୁ ଥିବା ବିଶ୍ୱକପ ପାଇଁ ପ୍ରଥମ ଟିକେଟ ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀ ମୁଖ୍ୟମନ୍ତ୍ରୀଙ୍କୁ ନବୀନ ନିବାସରେ ଭେଟି ବିଶ୍ୱକପର ପ୍ରଥମ ଟିକେଟ ପ୍ରଦାନ କରିଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ, ଓଡ଼ିଶାରେ ଦ୍ବିତୀୟ ଥର ପାଇଁ ଆୟୋଜନ ହେବାକୁ ଯାଉଛି ହକି ବିଶ୍ବକପ୍ । ଭୁବନେଶ୍ୱରର କଳିଙ୍ଗ ହକି ଷ୍ଟାଡିୟମ୍ ଓ ରାଉରକେଲାରେ ନିର୍ମାଣ ହେଉଥିବା ଦେଶର ସର୍ବବୃହତ ହକି ଷ୍ଟାଡିୟମରେ ବିଶ୍ୱକପ ମ୍ୟାଚ ଖେଳାଯିବ । ଓଡ଼ିଶା ସରକାର ମଧ୍ୟ ଜାତୀୟ ହକି ଦଳର ପ୍ରାୟୋଜକ ଅଛନ୍ତି।