ପୋଲିସ ଇନଫର୍ମର ସନ୍ଦେହରେ ଜଣଙ୍କୁ ହତ୍ୟା କଲେ ମାଓବାଦୀ | News Room Odisha

ପୋଲିସ ଇନଫର୍ମର ସନ୍ଦେହରେ ଜଣଙ୍କୁ ହତ୍ୟା କଲେ ମାଓବାଦୀ

ଭବାନୀପାଟଣା- ପୋଲିସ ଇନଫର୍ମର ସନ୍ଦେହରେ ମାଓବାଦୀମାନେ ଜଣକୁ ହତ୍ୟା କରିଛନ୍ତି । କଳାହାଣ୍ଡି ଜିଲ୍ଲା ସଦର ଥାନା ଅନ୍ତର୍ଗତ ଯୁଗସାଇପାଟଣା ପଞ୍ଚାୟତର ଦୁର୍ଗମ ତଲ ପଞ୍ଚକୁଲ ଗାଁର ଲାଲବତି ମାଝୀଙ୍କୁ ମାଓବାଦୀମାନେ ଘରୁ ଉଠାଇ ହତ୍ୟା କରିଥିବା ଜଣାପଡ଼ିଛି। ଘଟଣା ସ୍ଥଳରେ ମାଓବାଦୀଙ୍କ ପୋଷ୍ଟର ମଧ୍ୟ ମିଳିଥିବା ସୂଚନା ମିଳିଛି ।ଅଞ୍ଚଳର କିଛି ଲୋକ ମଧ୍ୟ ପୋଲିସ ଇନଫର୍ମର ଥିବା ଲାଲ ସଂଗଠନ ପକ୍ଷରୁ ପୋଷ୍ଟର ମାଧ୍ୟମରେ ଚେତାବନୀ ଦିଆଯାଇଛି । ତେବେ ଏନେଇ ପୋଲିସ ବର୍ତ୍ତମାନ ସୁଦ୍ଧା କୌଣସି ସ୍ପଷ୍ଟ ସୂଚନା ଦେଇନାହିଁ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କମ୍ବିଂ ଅପରେସନ ଜାରି ରହିଛି ।