ମହେନ୍ଦ୍ରଗିରିକୁ ରାଜ୍ୟର ଦ୍ବିତୀୟ ଜୈବବିବିଧ ଐତିହ୍ୟସ୍ଥଳୀର ମାନ୍ୟତା  | News Room Odisha

ମହେନ୍ଦ୍ରଗିରିକୁ ରାଜ୍ୟର ଦ୍ବିତୀୟ ଜୈବବିବିଧ ଐତିହ୍ୟସ୍ଥଳୀର ମାନ୍ୟତା 

ଭୁବନେଶ୍ୱର – ଗଜପତି ଜିଲ୍ଲାର ମହେନ୍ଦ୍ରଗିରିକୁ ପର୍ବତକୁ ଜୈବବିବିଧ ଐତିହ୍ୟସ୍ଥଳୀର ମାନ୍ୟତା ମିଳିଛି । ରାଜ୍ୟର ଦ୍ୱିତୀୟ ଜୈବବିବିଧତା ଐତିହ୍ୟସ୍ଥଳୀ ଭାବେ ମହେନ୍ଦ୍ରଗିରିକୁ ମାନ୍ୟତା ମିଳିଛି । ମହେନ୍ଦ୍ରଗିରିକୁ ରାମାୟଣ ଓ ମହାଭାରତ ଯୁଗ ସହ ଜଡିତ ପ୍ରକୃତିର ଅନନ୍ୟ ସୃଷ୍ଟି ବୋଲି କହିଛି ଜଙ୍ଗଲ ଓ ପରିବେଶ ବିଭାଗ । ବିଶ୍ୱରେ ଯେତିକି ପ୍ରଜାତିର ଉଦ୍ଭିତ ଅଛନ୍ତି, ସେଥିରୁ ପ୍ରାୟ ୪୦ପ୍ରତିଶତ ପ୍ରଜାତି ଏଠାରେ ରହିଛନ୍ତି । ପ୍ରାୟ ୧୩୪୮ ପ୍ରଜାତିର ଉଦ୍ଭିଦ ମହେନ୍ଦ୍ରଗିରିରେ ରହିଥିବା ସୂଚନା ମିଳିଛି।

ଐତିହାସିକ, ପୌରାଣିକ, ପ୍ରତ୍ନତାତ୍ୱିକ ତଥା ପରିବେଶର ଗୁରୁତ୍ୱ ବହନ କରୁଥିବା ମହେନ୍ଦ୍ରଗିରି ପର୍ବତମାଳା ଗଜପତି ଜିଲ୍ଲାର ରାୟଗଡା ବ୍ଲକରେ ରହିଛି । ଜୈବବିବିଧତା ଐତିହ୍ୟସ୍ଥଳୀର ମାନ୍ୟତା ଲାଗି ରାଜ୍ୟ ଜୈବ ବିବିଧତା ବୋର୍ଡ ପକ୍ଷରୁ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ ବିଭାଗକୁ ପଠାଯାଇଥିବା ପ୍ରସ୍ତାବରେ ମୋହର ବାଜିଛି ।

ରାଜ୍ୟ ଜୈବ ବିବିଧତା ବୋର୍ଡର ନିୟାମବଳୀର ସମସ୍ତ ସର୍ତ୍ତ ପୂରଣ କରୁଛି ମହେନ୍ଦ୍ରଗିରି। ପୂର୍ବରୁ କନ୍ଧମାଳ ଜିଲ୍ଲାର ମଣ୍ଡାସାରୁ ଜୈବବିବିଧତା ଐତିହ୍ୟସ୍ଥଳୀ ମାନ୍ୟତା ପାଇଥିଲା ।