ତିହାର ଜେଲରୁ ସତ୍ୟେନ୍ଦ୍ର ଜୈନଙ୍କ ଆଉ ଏକ ଭିଡ଼ିଓ ଭାଇରାଲ୍ | News Room Odisha

ତିହାର ଜେଲରୁ ସତ୍ୟେନ୍ଦ୍ର ଜୈନଙ୍କ ଆଉ ଏକ ଭିଡ଼ିଓ ଭାଇରାଲ୍

ନୂଆଦିଲ୍ଲୀ: ତିହାର ଜେଲରେ ବନ୍ଦୀ ଥିବା ଦିଲ୍ଲୀ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଅଡ଼ୁଆ ବଢିବାରେ ଲାଗିଛି । ତାଙ୍କର ଆଉ ଏକ ନୂଆ ଭିଡ଼ିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ସତ୍ୟେନ୍ଦ୍ର ଜୈନ ଜେଲ୍ ଭିତରେ ଅନ୍ୟ ୩ କଏଦୀଙ୍କ ସହ କଥାବାର୍ତ୍ତା କରୁଥିବା ଦେଖିବାକୁ ମିଳୁଛି। ପରେ ଜେଲ୍ ନମ୍ବର ୭ର ସୁପରିଟେଣ୍ଡେଣ୍ଟ ଅଜିତ କୁମାର ଆସିବା ପରେ ଜୈନଙ୍କ ସହ ଥିବା ୩ ଜଣ କଏଦୀ ରୁମରୁ ବାହାରି ଯାଉଛନ୍ତି । ଅଜିତ କୁମାର ଓ ସତ୍ୟନ୍ଦ୍ର ଜୈନ କଥାବାର୍ତ୍ତା କରୁଛନ୍ତି । ଉଲ୍ଲେଖଯୋଗ୍ୟ, ସତ୍ୟେନ୍ଦ୍ର ଜୈନଙ୍କୁ ଭିଆଇପି ସୁବିଧା ଦେଉଥିବା ଅଭିଯୋଗରେ ଅଜିତ କୁମାରଙ୍କୁ ନିଲମ୍ବିତ କରାଯାଇଥିଲା ।

ଏହାପୂର୍ବରୁ ସତ୍ୟେନ୍ଦ୍ର ଜୈନଙ୍କ ଦୁଇଟି ଭିଡ଼ିଓ ଭାଇରାଲ ହୋଇଥିଲା । ଗୋଟିକରେ ତାଙ୍କ ଜେଲ୍ ପ୍ରକୋଷ୍ଠରେ ଜଣେ ବ୍ୟକ୍ତି ସତ୍ୟନ୍ଦ୍ର ଜୈନଙ୍କ ଗୋଡ଼ ମାଲିସ୍ କରୁଥିବା ବେଳେ ଆଉ ଏକ ଭିଡିଓରେ ଏହି ଦିଲ୍ଲୀ ମନ୍ତ୍ରୀଙ୍କୁ ବାହାର ଖାଦ୍ୟ ଆଣି ଦିଆଯାଉଥିବା ଦେଖିବାକୁ ମିଳିଥିଲା।