ନକ୍ସଲ ପୋଷ୍ଟର ପରେ ପଦ୍ମପୁର ଉପଖଣ୍ଡ ସଦାନନ୍ଦପୁର ଗାଁରେ ପୋଲିସର ଫ୍ଲାଗ ମାର୍ଚ୍ଚ | News Room Odisha

ନକ୍ସଲ ପୋଷ୍ଟର ପରେ ପଦ୍ମପୁର ଉପଖଣ୍ଡ ସଦାନନ୍ଦପୁର ଗାଁରେ ପୋଲିସର ଫ୍ଲାଗ ମାର୍ଚ୍ଚ

ନୂଆପଡ଼ା – ପଦ୍ମପୁର ଉପନିର୍ବାଚନ ପାଇଁ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଥିବା ବେଳେ ଅନ୍ୟପଟେ ଉପନିର୍ବାଚନକୁ ଭଣ୍ଡୁର କରିବାକୁ ଲାଗିଛି ଏକ ନକ୍ସଲ ପୋଷ୍ଟର ଚର୍ଚ୍ଚାର ବିଷୟ ହୋଇଛି । ପଦ୍ମପୁର ଉପଖଣ୍ତ ପାଇକମାଲ ଥାନା ସଦାନନ୍ଦପୁର ଗାଁ ଛକରେ ଲାଗିଛି ଏ ନକ୍ସଲ ପୋଷ୍ଟର ।

ନକ୍ସଲ ପୋଷ୍ଟର ଦେଖାଗଲା ପରେ ଆଜି ବରଗଡ ଏସପି ସ୍ମିଥ୍ ପରମାରଙ୍କ ନେତୃତ୍ୱରେ ସଦାନନ୍ଦପୁର ଗାଁରେ ଫ୍ଲାଗ ମାର୍ଚ୍ଚ କରାଯାଇଛି। ସିଆରପିଏଫ ଓ ଏସଓଜି ଯବାନମାନେ ଫ୍ଲାଗ ମାର୍ଚ୍ଚରେ ସାମିଲ ହୋଇଥିଲେ। ନକ୍ସଲ ପୋଷ୍ଟର ଯୋଗୁଁ ଭୟଭୀତ ନ ହେବାକୁ ଏସପି ଲୋକଙ୍କୁ ଭେଟି ଆଶ୍ୱାସନା ଦେଇଛନ୍ତି। ଭୋଟ ପୂର୍ବରୁ ନକ୍ସଲ ପୋଷ୍ଟର ଲଗାଇ ଦୁର୍ବୃତ୍ତମାନେ ଲୋକଙ୍କୁ ଡରାଇବାକୁ ଚେଷ୍ଟା କରୁଥିବା ଏସ୍‌ପି କହିଛନ୍ତି ।