କେନ୍ଦ୍ରାପଡ଼ା ବାଣ ବିସ୍ଫୋରଣରେ ମୃତ୍ୟୁସଂଖ୍ୟା ୨କୁ ବୃଦ୍ଧି | News Room Odisha

କେନ୍ଦ୍ରାପଡ଼ା ବାଣ ବିସ୍ଫୋରଣରେ ମୃତ୍ୟୁସଂଖ୍ୟା ୨କୁ ବୃଦ୍ଧି

କଟକ – କେନ୍ଦ୍ରାପଡ଼ା ଜିଲ୍ଲା ବାଲିଆ ବାଣ ବିସ୍ଫୋରଣରେ ମୃତ୍ୟୁସଂଖ୍ୟା ୨କୁ ବୃଦ୍ଧି ପାଇଛି । ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ଗୁରୁତର ଆହତ ଆଖି ବୁଜିଛନ୍ତି । ସେ ହେଉଛନ୍ତି ୨୮ ବର୍ଷିୟ ପିଣ୍ଟୁ ଖାନ୍।

ପିଣ୍ଟୁ ବାଣ ବିସ୍ଫୋରଣରେ ଗୁରୁତର ହୋଇ କଟକ ବଡ଼ ମେଡିକାଲରେ ଭର୍ତ୍ତି ହୋଇଥିଲେ। ଗତ ରାତିରେ ତାଙ୍କର ମୃତ୍ୟୁ ହୋଇଛି । ଆଗରୁ ଜଣେ ବାଣୁ‌ଆଙ୍କ ମୃତ୍ୟୁ ହୋଇଥିଲା। ଗତ ୨୩ ତାରିଖ ରାତିରେ କେନ୍ଦ୍ରାପଡ଼ା ସଦର ଥାନା ବାଲିଆ ବଜାରରେ କାର୍ତ୍ତିକେଶ୍ୱର ଭସାଣ ବେଳେ ବାଣ ପ୍ରତିଯୋଗିତା ଚାଲିଥିବା ବେଳେ ବିସ୍ଫୋରଣ ଘଟିଥିଲା। ଗୋଟିଏ ବାଣ ବିସ୍ଫୋରଣ ପରେ ନିଆଁ ଯାଇ ବାଣ ଷ୍ଟକ୍ ଉପରେ ପଡ଼ିଥିଲା। ତା’ପରେ ସମସ୍ତ ବାଣ ଏକାବେଳେ ଫୁଟିବାରୁ ପ୍ରଚଣ୍ଡ ଶବ୍ଦ କରି ଚାରିଆଡ଼କୁ ଛିଟିକିଥିଲା। ଏଥିରେ ୩୦ରୁ ଅଧିକ ଲୋକ ଆହତ ହୋଇଥିବା ବେଳେ ୪ ଗୁରୁତର ହୋଇଥିଲେ।