ବନ କର୍ମଚାରୀଙ୍କୁ ଟାର୍ଗେଟ କରି ଲ୍ୟାଣ୍ଡମାଇନ ବିସ୍ଫୋରଣ | News Room Odisha

ବନ କର୍ମଚାରୀଙ୍କୁ ଟାର୍ଗେଟ କରି ଲ୍ୟାଣ୍ଡମାଇନ ବିସ୍ଫୋରଣ

ବୌଦ୍ଧ – ବୋୖଦ୍ଧ ଜିଲ୍ଲା ଲକଡ଼ପାଜୁ ଜଙ୍ଗଲରେ ଲ୍ୟାଣ୍ଡମାଇନ ବିସ୍ଫୋରଣ । ବନବିଭାଗ ଗାଡିକୁ ଟାର୍ଗେଟ କରି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ସୈ।ଭାଗ୍ୟବଶତଃ ୫୦ ଜଣ ବନ କର୍ମଚାରୀ ଓ ସୁରକ୍ଷାକର୍ମୀ ଅଳ୍ପକେ ବର୍ତ୍ତିଯାଇଛନ୍ତି । ଘଟଣାସ୍ଥଳରୁ କିଛି ତାର ଜବତ ହୋଇଛି । ସୂଚନା ଅନୁସାରେ, ଗଞ୍ଜେଇ ଗଛ ନଷ୍ଟ କରିବା ପାଇଁ ବନ କର୍ମଚାରୀ ଯାଇଥିବା ବେଳେ ବିସ୍ଫୋରଣ ହୋଇଥିଲା। ୭ଟି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିବା କୁହାଯାଇଛି। ବିସ୍ଫୋରଣ ପଛରେ ଗଞ୍ଜେଇ ମାଫିଆ ନା ମାଓବାଦୀଙ୍କ ହାତ ରହିଛି, ତାହା ସ୍ପଷ୍ଟ ହୋଇନି।