ବ୍ରହ୍ମପୁର – ବ୍ରହ୍ମପୁର ଏସଡିଜେଏମ କୋର୍ଟରେ ଅଭାବନୀୟ ଘଟଣା। ଏସଡିଜେଏମ ପ୍ରଜ୍ଞା ପାରମିତା ପ୍ରତିହାରୀଙ୍କୁ ଛୁରୀ ଦେଖାଇ ଡାଏସ ଉପରକୁ ଚଢିଯାଇଥିଲେ ଜଣେ ଯୁବକ। ତାଙ୍କୁ କାବୁ କରିଥିଲେ ଉପସ୍ଥିତ ଓକିଲ ଓ ଲୋକେ । ଶୁଣାଣି ଚାଲିଥିବାବେଳେ ଏଭଳି ଘଟଣା ଘଟିଛି । ସଂପୃକ୍ତ ଯୁବକଙ୍କୁ ବୈଦ୍ୟନାଥପୁର ଥାନାରେ ଅଟକ ରଖାଯାଇଛି। ଜିଲ୍ଲା ଜଜ୍ ଓ ବ୍ରହ୍ମପୁର ଏସପି ଡା. ସର୍ବଣା ବିବେକ ଏମ୍ ଘଟଣାର ଖୋଳତାଡ଼ କରୁଛନ୍ତି।
ଆକ୍ରମଣ କରିଥିବା ଯୁବକ ପୁରୁଣା ବ୍ରହ୍ମପୁରର ଭଗବାନ ସାହୁ ବୋଲି ଜଣାପଡିଛି।