ଶିକ୍ଷକଙ୍କ ଦାବି ନେଇ ଆଲୋଚନା ପାଇଁ ସିଏସଙ୍କ ଅଧ୍ୟକ୍ଷତାରେ ଚାରିଜଣିଆ କମିଟି ଗଠନ  | News Room Odisha

ଶିକ୍ଷକଙ୍କ ଦାବି ନେଇ ଆଲୋଚନା ପାଇଁ ସିଏସଙ୍କ ଅଧ୍ୟକ୍ଷତାରେ ଚାରିଜଣିଆ କମିଟି ଗଠନ 

ଭୁବନେଶ୍ବର – ଲୋୟର ପିଏମ୍‌ଜି ଛକରେ ବିଭିନ୍ନ ଦାବି ନେଇ ଆନ୍ଦୋଳନରତ ଶିକ୍ଷକଙ୍କ ସହ ରାଜ୍ୟ ସରକାର ଆଲୋଚନା କରିଛନ୍ତି । ପ୍ରାଥମିକ ଶିକ୍ଷକ ସଂଘର ବିଭିନ୍ନ ଦାବି ନେଇ ଆଲୋଚନା ହୋଇଥିଲା । ଦୁଇ ପକ୍ଷ ମଧ୍ୟରେ ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯିବ। ଏଥିରେ ଉନ୍ନୟନ କମିସନର, ଅର୍ଥ ବିଭାଗ ସଚିବ ଏବଂ ଗଣଶିକ୍ଷା ବିଭାଗ ସଚିବ ରହିବେ। ଏହି କମିଟି ଆସନ୍ତା ଡିସେମ୍ବର ୧୬ ତାରିଖରୁ ୨୦ ତାରିଖ ମଧ୍ୟରେ ଶିକ୍ଷକଙ୍କ ଦାବି ନେଇ ଆଲୋଚନା କରିବ ଏବଂ ନିଷ୍ପତ୍ତି ନେବ।

ଗତ ରବିବାରଠାରୁ ଶିକ୍ଷକମାନେ ୩ ଦଫା ଦାବି ପୂରଣ ଜିଦ୍‌ରେ ଅଟଳ ଅଛନ୍ତି। ଠିକା ବ୍ୟବସ୍ଥା ଉଚ୍ଛେଦ କରିବା, ପୁରୁଣା ପେନସନ ବ୍ୟବସ୍ଥା ପୁଣି ଆରମ୍ଭ ସହ ଗ୍ରେଡ ପେ’ ବୃଦ୍ଧି ଭଳି ଦାବି ପୂରଣ ପାଇଁ ଶିକ୍ଷକମାନେ ଦାବି କରୁଛନ୍ତି।