ଜାତୀୟ କ୍ରୀଡା ନୈ।ଚାଳନାରେ ଓଡ଼ିଶା ଯୋଡ଼ିଙ୍କୁ ସ୍ୱର୍ଣ୍ଣ | News Room Odisha

ଜାତୀୟ କ୍ରୀଡା ନୈ।ଚାଳନାରେ ଓଡ଼ିଶା ଯୋଡ଼ିଙ୍କୁ ସ୍ୱର୍ଣ୍ଣ

ଭୁବନେଶ୍ୱର – ଗୁଜରାଟରେ ଚାଲିଥିବା ୩୬ତମ ଜାତୀୟ କ୍ରୀଡ଼ାରେ ଓଡ଼ିଶା ଆଉ ଏକ ସ୍ୱର୍ଣ୍ଣ ପଦକ ହାସଲ କରିଛି । ନୈ।ଚାଳନା ରୁ ଆସିଛି ଏହି ସ୍ୱର୍ଣ୍ଣ ପଦକ । କାୟାକିଂ କେ-୨ ମହିଳା ବର୍ଗ ୫୦୦ ମିଟର ରେସରେ ସ୍ୱର୍ଣ୍ଣ ପଦକ ଜିତିଛି ଓଡ଼ିଶା । ଓଇନମ ବିଦ୍ୟାଦେବୀ ଓ ଫୁଲମଣି କାକାଙ୍କ ଯୋଡ଼ି ଏହି ସଫଳତା ହାସଲ କରିଛନ୍ତି । ଚଳିତ ଜାତୀୟ କ୍ରୀଡାର କାୟାକିଂରେ ପ୍ରଥମ ସ୍ୱର୍ଣ୍ଣ ହାସଲ କରିଛି ଓଡ଼ିଶା।

କାୟାକିଂର କେ-୪ ମହିଳା ୫୦୦ ମିଟର ରେସରେ ବି ଓଡ଼ିଶାକୁ ପଦକ ମିଳିଛି । ଏହି ବର୍ଗରେ ଓଡ଼ିଶାର ରୋଜି ଦେବୀ, ଶ୍ରୁତି ଚୋଗଲେ, ବିଦ୍ୟାଦେବୀ ଓ ଫୁଲମଣିଙ୍କ ଯୋଡ଼ି କାଂସ୍ୟ ପଦକ ଜିତିଛନ୍ତି।