ପଦ୍ମପୁର ଉପନିର୍ବାଚନ ପାଇଁ ଆଜି ସରିବ ପ୍ରଚାର  | News Room Odisha

ପଦ୍ମପୁର ଉପନିର୍ବାଚନ ପାଇଁ ଆଜି ସରିବ ପ୍ରଚାର 

ବରଗଡ – ପଦ୍ମପୁର ଉପନିର୍ବାଚନ ପାଇଁ ଆଜି ସଂଧ୍ୟାରେ ସରୁଛି ପ୍ରଚାର । ପ୍ରଚାରର ଶେଷ ଦିନରେ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଜୋରଦାର ଉଦ୍ୟମ କରିବେ ସବୁ ଦଳ । ଆଜି ବି ସବୁ ଦଳର ଷ୍ଟାର ପ୍ରଚାରକମାନେ ନିଜ ନିଜ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି ।

ପଦ୍ମପୁର ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ଆସନ୍ତା ୫ ତାରିଖରେ ଭୋଟ ଗ୍ରହଣ କରାଯିବ । । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ଅପରାହ୍ନ ୪ଟା ଯାଏଁ ଚାଲିବ । ପଦ୍ମପୁରରେ ମୋଟ ୨ ଲକ୍ଷ ୫୭ ହଜାର ୪୭୪ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିପାରିବେ । ପଦ୍ମପୁରରେ ପୁରୁଷ ଭୋଟରଙ୍କ ସଂଖ୍ୟା ୧ ଲକ୍ଷ ୨୯ ହଜାର ୪୯୭ ରହିଥିବା ବେଳେ ମହିଳା ଭୋଟରଙ୍କ ସଂଖ୍ୟା ହେଉଛି ୧ ଲକ୍ଷ ୨୭ ହଜାର ୫୬୫ । ଭୋଟ ପାଇଁ ୯ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ସମେତ ମୋଟ ୪୧ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ । ୫୦ ପ୍ରତିଶତ ବୁଥରେ ୱେବ କାଷ୍ଟିଂ କରାଯିବ ।

ବିଜେଡି ବିଧାୟକ ବିଜୟ ସିଂ ବରିହାଙ୍କ ମୃତ୍ୟୁ ପରେ ପଦ୍ମପୁରରେ ଉପନିର୍ବାଚନ ହେଉଛି। ଏଠାରେ ସ୍ୱର୍ଗତ ବରିହାଙ୍କ ଝିଅ ବର୍ଷାଙ୍କୁ ପ୍ରାର୍ଥୀ କରିଛି ବିଜେଡି । ବିଜେପି ପ୍ରଦୀପ ପୁରୋହିତଙ୍କୁ ପ୍ରାର୍ଥୀ କରଥିବା ବେଳେ କଂଗ୍ରେସ ସତ୍ୟଭୂଷଣ ସାହୁଙ୍କୁ ପ୍ରାର୍ଥୀ କରିଛି । ୮ ତାରିଖରେ ହେବ ଭୋଟ ଗ୍ରହଣ।