ଆସନ୍ତା ୨୪ରୁ ଗୋପାଳପୁର ବେଳାଭୂମି ମହୋତ୍ସବ | News Room Odisha

ଆସନ୍ତା ୨୪ରୁ ଗୋପାଳପୁର ବେଳାଭୂମି ମହୋତ୍ସବ

ବ୍ରହ୍ମପୁର -ଦୁଇ ବର୍ଷର ବ୍ୟବଧାନ ପରେ ଏ ବର୍ଷ ପୁଣି ଆୟୋଜିତ ହେବ ଦକ୍ଷିଣ ଓଡ଼ିଶାର ପ୍ରମୁଖ ସାଂସ୍କୃତିକ ଉତ୍ସବ ଗୋପାଳପୁର ବେଳାଭୂମି ମହୋତ୍ସବ । ଚଳିତ ମାସ ୨୪ ରୁ ୨୮ ତାରିଖ ଯାଏଁ ଆୟୋଜିତ ହେବ ଗୋପାଳପୁର ବେଳାଭୂମି ମହୋତ୍ସବ। ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଟୁଇଟ କରି ଏହି ସୂଚନା ଦେଇଛନ୍ତି। ଗୋପାଳପୁର ବେଳାଭୂମି ମହୋତ୍ସବ ଗୀତ, ନୃତ୍ୟ, ସଂଗୀତ,‌ବାଲୁକା କଳା ଓ ଜଳକ୍ରୀଡାର ସମାହାର ହେବ ।