ବୁର୍ଲାରେ ଜିଲ୍ଳାସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ, ୭୬୩ ଜଣଙ୍କ ପଞ୍ଜିକରଣ | News Room Odisha

ବୁର୍ଲାରେ ଜିଲ୍ଳାସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ, ୭୬୩ ଜଣଙ୍କ ପଞ୍ଜିକରଣ

ସମ୍ବଲପୁର: ଆଜି ନିଯୁକ୍ତି ମେଳାରେ ଦ୍ୱିତୀୟ ଦିନରେ ବୁର୍ଲା ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ଠାରେ ଜିଲ୍ଳା ସ୍ତରୀୟ ନିଯୁକ୍ତି ମେଳା ୨୦୨୨ ଅନୁଷ୍ଠିତ ହୋଇଯାଇଛି | ଆଜିର ଏହି ମେଳାକୁ ଜିଲ୍ଳା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଦିଲ୍ଲୀପ କୁମାର ବଳ ଉଦଘାଟନ କରିଥିଲେ | ଆଜିର ଏହି ନିଯୁକ୍ତି ମେଳାରେ ମୋଟ 763 ଜଣ ଯୁବକ ଯୁବତୀ ପଞ୍ଜିକରଣ କରିଥିବା ବେଳେ ସେଥି ମଧ୍ୟରୁ ୬୦୮ ଜଣ ମନୋନୀତ ହେଇଛନ୍ତି | ସେଥିମଧ୍ୟରୁ ୩୧୭ ଜଣ ସିଧାସଳଖ ନିଯୁକ୍ତି ପାଇଥିବା ବେଳେ ତାଲିମ ପରେ ନିଯୁକ୍ତି ପାଇଁ ୨୯୧ ଜଣ ମନୋନୀତ ହେଇଛନ୍ତି | ୧୩ ଟି ନିଯୁକ୍ତି ସଂସ୍ଥା ଏବଂ ୫ ଟି ତାଲିମକାରୀ ସଂସ୍ଥା ଯୋଗ ଦେଇଥିଲେ | ଉଦଘାଟନୀ ସଭାକୁ ସହକାରୀ ଆଞ୍ଚଳିକ ନିର୍ଦ୍ଦେଶକ ନିୟୋଜନ ଶଙ୍କର ଚରଣ ମୁର୍ମୁ ପରିଚାଳନ କରିଥିବା ବେଳେ ବିଡ଼ିଓ ଧନକଉଡା ସଂଜୀବ କୁମାର ପଟେଲ ସମେତ ବ୍ଲକ ର ଡବ୍ଲୁଇଓ , କଳାମାଟି , କରଦଳା ଏବଂ ବସନ୍ତପୁର ସରପଞ୍ଚ ଉପସ୍ଥିତ ଥିଲେ | ସ୍କୁଲ ର ସମସ୍ତ କର୍ମଚାରୀ ମେଳାରେ ସହଯୋଗ କରିଥିଲେ |