ପଦ୍ମପୁର ଉପ ନିର୍ବାଚନ ଭୋଟ୍ ଗ୍ରହଣ ଆରମ୍ଭ | News Room Odisha

ପଦ୍ମପୁର ଉପ ନିର୍ବାଚନ ଭୋଟ୍ ଗ୍ରହଣ ଆରମ୍ଭ

ବରଗଡ଼ ୦୫।୧୨ : ପଦ୍ମପୁର ଉପନିର୍ବାଚନ ଭୋଟ ଗ୍ରହଣ ଆରମ୍ଭ ହୋଇଯାଇଛି । ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ୨ ଲକ୍ଷ ୫୭ ହଜାର ୪୭୪ ଭୋଟର ଆଜି ନିଜର ମତ ସାବ୍ୟସ୍ତ କରିବେ । ମୋଟ ୩୧୯ଟି ବୁଥରେ ସକାଳ ୭ରୁ ଅପରାହ୍ଣ ୪ଟା ଯାଏ ମତଦାନ ହେବ । ପଦ୍ମପୁର ଉପନିର୍ବାଚନ ମଇଦାନରେ ଥିବା ୧୦ ଜଣ ପ୍ରାର୍ଥୀ ନିଜର ଭାଗ୍ୟ ନିର୍ଦ୍ଧାରଣ କରିବେ । ଶୀତ ସକାଳରେ ପୋଲିଂ ବୁଥ୍ ରେ ଭୋଟର ପହଞ୍ଚିବା ଆରମ୍ଭ କଲେଣି।

ପଦ୍ମପୁରରେ ୩୧୯ଟି ବୁଥ୍ ରେ ହେଉଛି ମତଦାନ। ଏହା ଭିତରେ ୧୫ଟି ମଡେଲ, ୬ଟି ପିଙ୍କ୍ ବୁଥ ରହିଛି। ୭୯ଟି ଅତି ସମ୍ବେଦନଶୀଳ ବୁଥ ଚିହ୍ନଟ ହୋଇଛି। ୧୨୦ବୁଥରେ ୱେବ୍ କାଷ୍ଟିଂ ଓ ୬୬ଟି ବୁଥରେ ସିସିଟିଭି ଲାଗିଛି। ୨ ଲକ୍ଷ ୫୭ ହଜାର ୪୭୪ ଭୋଟର ମତାଧିକାର ସାବ୍ୟସ୍ତ କରିବେ। ଏଥିପାଇଁ ୧୨୭୬ ପୋଲିଂ ଅଧକାରୀ ନିଯୁକ୍ତ ହୋଇଛନ୍ତି। ୯୧ ଜଣ ମାଇକ୍ରୋ ଅବଜରଭର ନିଯୁକ୍ତ ହୋଇଛନ୍ତି । ଭିନ୍ନକ୍ଷମ ଭୋଟରଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ୧୨ପ୍ରକାର କାର୍ଡ ମଧ୍ୟରୁ ଯେକୌଣସି ଗୋଟିଏ ଦେଖାଇ ଭୋଟ ଦେଇପାରିବେ ମତଦାତା । ସୁରକ୍ଷା ବ୍ୟବସ୍ଥାରେ ମୋଟ୍ ୧୪୧୩ ଜଣ ପୋଲିସ କର୍ମଚାରୀ ଏବଂ ୯ କମ୍ପାନୀ ସିଆରପିଏଫ ନିୟୋଜିତ ହୋଇଛନ୍ତି ।