ବାପାଙ୍କୁ ମୁଣ୍ଡିଆ ମାରି ଭୋଟ୍ ଦେବାକୁ ଗଲେ ବିଜେଡ଼ି ପ୍ରାର୍ଥୀନୀ | News Room Odisha

ବାପାଙ୍କୁ ମୁଣ୍ଡିଆ ମାରି ଭୋଟ୍ ଦେବାକୁ ଗଲେ ବିଜେଡ଼ି ପ୍ରାର୍ଥୀନୀ

ବରଗଡ଼ ୫।୧୨ : ବରଗଡ ଜିଲ୍ଲା ପଦ୍ମପୁର ଉପନିର୍ବାଚନ ପାଇଁ ସୋମବାର ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ବିଜେଡି ପ୍ରାର୍ଥିନୀ ବର୍ଷା ସିଂ ବରିହା ସକାଳୁ ନିଜ ବାପା ତଥା ଦିବଙ୍ଗତ ବିଧାୟକ ବିଜୟ ରଂଜନ ସିଂ ବରିହାଙ୍କ ଫଟୋରେ ମୁଣ୍ଡିଆ ଆଶୀର୍ବାଦ ନେଇଥିଲେ ।ଏହା ପରେ ସେ ଏହି ନିର୍ବାଚନ ମଣ୍ଡଳୀର ରଜାପଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଭୋଟ ଗ୍ରହଣ କେନ୍ଦ୍ର(ବୁଥ ନଂ-୨୦୧)କୁ ଆସି ନିଜ ମତଦାନ କରିଥିଲେ।

ସୂଚନାଯୋଗ୍ୟ,କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମତଦାନ କରାଯିବ।