ସୁରୁଖୁରୁରେ ଚାଲିଛି ପଦ୍ମପୁର ମତଦାନ, ଗୋଟାଏ ସୁଦ୍ଧା ୪୬ ପ୍ରତିଶତ ପଡିଛି ଭୋଟ | News Room Odisha

ସୁରୁଖୁରୁରେ ଚାଲିଛି ପଦ୍ମପୁର ମତଦାନ, ଗୋଟାଏ ସୁଦ୍ଧା ୪୬ ପ୍ରତିଶତ ପଡିଛି ଭୋଟ

ଭୁବନେଶ୍ବର – ସୁରୁଖୁରୁରେ ଚାଲିଛି ପଦ୍ମପୁର ଉପନିର୍ବାଚନ ପାଇଁ ମତଦାନ । ଗୋଟାଏ ସୁଦ୍ଧା ୪୬.୯୬ ପ୍ରତିଶତ ମତଦାନ ହୋଇଥିବା ନେଇ ସିଇଓଙ୍କ କାର୍ଯ୍ୟାଳୟ ପକ୍ଷରୁ ନେଇ ସୂଚନା ଦିଆଯାଇଛି।

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନି କହିଛନ୍ତି, ଏଯାଏଁ କୌଣସି ସ୍ଥାନରେ କିଛି ଅପ୍ରୀତିକର ପରିସ୍ଥିତି ଘଟିବାର ସୂଚନା ନାହିଁ। ସକାଳ ୭ଟାରୁ ୩୧୯ଟି ବୁଥରେ ମତଦାନ ଚାଲିଛି। ଏଥିପାଇଁ ପୋଲିଂ ବୁଥଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ମତଦାନ ପ୍ରକ୍ରିୟା ସରିଲେ ପୋଲିଂ ପାର୍ଟିମାନେ କିପରି ସୁରକ୍ଷିତ ଭାବେତାରି ଫେରିବେ ସେଥିଲାଗି ବି ବନ୍ଦୋବସ୍ତ ହୋଇଛି। ଆସନ୍ତା ୮ ତାରିଖରେ ହେବ ଭୋଟ ଗଣତି ।