ଟ୍ରେନ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ | News Room Odisha

ଟ୍ରେନ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ

ବରଗଡ଼,୭।୧୩: ବରଗଡ଼ ଜିଲ୍ଲା ବରପାଲି ଜଗନ୍ନାଥନଗର ରେଳଲାଇନ କ୍ରସିଂରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ବରପାଲିର ହରିନ୍ଦର ରାୟ ।

ସୂଚନା ମତେ ଆଜି ଦିନ ପ୍ରାୟ ୧୦.୩୦ ମିନିଟରେ ୟଶବନ୍ତ-ହାଟିଆ ରେଳ ଯାଉଥିବା ବେଳେ ହରିନ୍ଦର ରେଳ କ୍ରସିଂ ପାର ହେଉଥିଲେ । ଏହି ସମୟରେ ଟ୍ରେନ ଧକ୍କାରେ ହୋଇଥିଲା । ଫଳରେ ଘଟଣା ସ୍ଥଳରେ ତାଙ୍କ ମୃତ୍ୟୁ ଘଟିଛି । ସ୍ଥାନୀୟ ଲୋକଙ୍କ ଠାରୁ ପୁଲିସ ଖବରପାଇ ଘଟଣା ସ୍ଥଳରେ ପହଂଚିଥିବା ବେଳେ ରେଳ ବିଭାଗ ପୁଲିସକୁ ଏନେଇ ସୂଚନା ଦିଆଯାଇଛି ।