ପଦ୍ମପୁର ଉପନିର୍ବାଚନ: ୧୫ ନମ୍ବର ରାଉଣ୍ଡ ଫଳାଫଳ ଘୋଷଣା, ବଡ଼ ବ୍ୟବଧାନ ଦିଗକୁ ବିଜେଡି | News Room Odisha

ପଦ୍ମପୁର ଉପନିର୍ବାଚନ: ୧୫ ନମ୍ବର ରାଉଣ୍ଡ ଫଳାଫଳ ଘୋଷଣା, ବଡ଼ ବ୍ୟବଧାନ ଦିଗକୁ ବିଜେଡି

ବରଗଡ଼ : ପଦ୍ମପୁର ଉପ ନିର୍ବାଚନ ଭୋଟ୍ ଗଣତି ପ୍ରକ୍ରିୟା ଚାଲିଛି । ବର୍ତ୍ତମାନ ୧୫ ନମ୍ବର ରାଉଣ୍ଡର ଫଳାଫଳ ଘୋଷଣା ହୋଇଛି । ବିଜେଡିରୁ ବର୍ଷା ସିଂ ବରିହାଙ୍କୁ ମୋଟ ୭୯୧୮୦ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେପିରୁ ପ୍ରଦୀପ ପୁରୋହିତଙ୍କୁ ୫୧୯୩୭ ଖଣ୍ଡ ଓ କଂଗ୍ରେସରୁ ସତ୍ୟଭୂଷଣ ସାହୁଙ୍କୁ ମାତ୍ର ୨୫୪୩ ଖଣ୍ଡ ଭୋଟ୍ ମିଳିଥିବା ରିଟର୍ଣ୍ଣିଂ ଅଫିସର ସୂଚନା ଦେଇଛନ୍ତି ।

ଅନ୍ୟପଟେ ବିଜେଡିର ଭୋଟ୍ ବ୍ୟବଧାନ ନିକଟତମ ପ୍ରତିଦ୍ବନ୍ଦି ଠାରୁ ୨୭୫୩୩ ରହିଥିବା ବେଳେ ଏକପ୍ରକାର ବିଜୟ ମୁହାଁ ହେଇଥିବା ଚୁନିଶ୍ଚିତ ହୋଇଗଲାଣି । ଏହାକୁ ନେଇ ଦଳୀୟ ନେତା ଓ କର୍ମୀଙ୍କ ମଧ୍ୟରେ ଖୁସିର ଲହରୀ ଦେଖିବାକୁ ମିଳିଛି ।