ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଡାକ୍ତରୀ ଛାତ୍ର ଇଫୁ ମଲ୍ଲିକ, ନେଲେ ସେଲଫି | News Room Odisha

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଡାକ୍ତରୀ ଛାତ୍ର ଇଫୁ ମଲ୍ଲିକ, ନେଲେ ସେଲଫି

ଭୁବନେଶ୍ୱର – କନ୍ଧମାଳ ଜିଲ୍ଲାର ଡାକ୍ତରୀ ଛାତ୍ର ଇଫୁ ମଲ୍ଲିକ ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ଗରିବ ଆଦିବାସୀ ପରିବାରର ଇଫୁ ମଲ୍ଲିକ ଡ଼ାକ୍ତରୀ ପଢ଼ିବା ଖର୍ଚ୍ଚ ପାଇଁ ବିଲରେ ଦିନ ମଜୁରିଆ ଭାବେ ଖଟି କଡ଼ା ସଂଘର୍ଷ କରୁଥିବା ବାବଦରେ ଜାଣିଲା ପରେ ତାଙ୍କୁ ଆର୍ଥିକ ସହାୟତା ପାଇଁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ। ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଇଫୁ ମଲ୍ଲିକ କୃତଜ୍ଞତା ଜଣାଇବା ସହ ତାଙ୍କୁ ଆଦର୍ଶ ବୋଲି କହିଛନ୍ତି । ଭବିଷ୍ୟତରେ ସେ ଜଣେ ଜଣେ ଭଲ ଡାକ୍ତର ହେବେ ବୋଲି ଇଫୁ କହିଛନ୍ତି । ଏହି ଅବସରରେ ଇଫୁ ମୁଖ୍ୟମନ୍ତ୍ରୀଙ୍କ ସହ ସେଲଫି ନେଇଛନ୍ତି ।