ହସ୍ତଶିଳ୍ପ ରେ ସାମିଲ ହେଲା ୯ଟି ଜନଜାତି ଚିତ୍ରକଳା | News Room Odisha

ହସ୍ତଶିଳ୍ପ ରେ ସାମିଲ ହେଲା ୯ଟି ଜନଜାତି ଚିତ୍ରକଳା

ଭୁବନେଶ୍ବର – ହସ୍ତଶିଳ୍ପରେ ‘ଜନଜାତି ଚିତ୍ରକଳା’କୁ ମଧ୍ୟ ସାମିଲ କରିଛନ୍ତି ରାଜ୍ୟ ସରକାର । ପ୍ରଥମ ପର୍ଯ୍ୟାୟରେ ୯ ଗୋଟି ଜନଜାତି ଚିତ୍ରକଳାକୁ ସାମିଲ କରାଯାଇଛି। ଲାଞ୍ଜିଆ ସଉରା ଚିତ୍ରକଳା, ସଉରା ଚିତ୍ରକଳା, ଗଣ୍ଡ ଚିତ୍ରକଳା, ଡଙ୍ଗରିଆ କନ୍ଧ ଚିତ୍ରକଳା, କୁଟିଆକନ୍ଧ ଚିତ୍ରକଳା, ସାନ୍ତାଳ ଚିତ୍ରକଳା, କୋହ୍ଲ ଚିତ୍ରକଳା, ଜୁଆଙ୍ଗ ଚିତ୍ରକଳା ଓ ଓରାଓଁ ଚିତ୍ରକଳାକୁ ସାମିଲ କରାଯାଇଥିବା ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ରୀତା ସାହୁ ଘୋଷଣା କରିଛନ୍ତି। ବର୍ତ୍ତମାନ ସୁଦ୍ଧା ସମୁଦାୟ ୫୧ଟି ହସ୍ତଶିଳ୍ପକୁ ବିଭାଗ ପକ୍ଷରୁ ତାଲିକାଭୁକ୍ତ କରାଯାଇଛି।

ସୂଚନାଯୋଗ୍ୟ, ଏହି ଜନଜାତି ଚିତ୍ରକଳାଗୁଡ଼ିକୁ ହସ୍ତଶିଳ୍ପ ତାଲିକାଭୁକ୍ତ କରିବା ନିମନ୍ତେ ହସ୍ତଶିଳ୍ପ ନିର୍ଦ୍ଦେଶକ ଶ୍ୟାମଭକ୍ତ ମିଶ୍ରଙ୍କ ସୁପାରିସକ୍ରମେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢ଼ୀ ପ୍ରସ୍ତାବ ଦେଇଥିଲେ। ତାହାକୁ ବିଭାଗୀୟ ମନ୍ତ୍ରୀ ଅନୁମୋଦନ କରିଛନ୍ତି।