ପୁରୀ ନବକଳେବର ରୋଡ୍ କାଠଗୋଲାରେ ନିଆଁ , ୧୦ କୋଟି ଟଙ୍କାର କାଠ ପାଉଁଶ | News Room Odisha

ପୁରୀ ନବକଳେବର ରୋଡ୍ କାଠଗୋଲାରେ ନିଆଁ , ୧୦ କୋଟି ଟଙ୍କାର କାଠ ପାଉଁଶ

ପୁରୀ – ପୁରୀ ନବକଳେବର ରୋଡରେ ଥିବା ସରକାରୀ ସ୍ବୀକୃତି ପ୍ରାପ୍ତ କାଠଗୋଲାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ବିଳମ୍ବିତ ରାତିରେ କାଠଗୋଲାରେ ନିଆଁ ଲାଗିଯାଇଥିଲା । ୧୦ କୋଟି ଟଙ୍କାର କାଠ ନିଆଁ ଲାଗି ଜଳି ଯାଇଛିଥିବା ସୂଚନା ମିଳିଛି । କାଠଗୋଲାରେ ପ୍ରାୟ ଅଧ ଏକର ଜାଗାରେ ରଖାଯାଇଥିବା ଶାଳ, ପିଆଶାଳ, ଶାଗୁଆନ ଆଦି କାଠ ଖଣ୍ଡରେ ନିଆଁ ଲାଗିଯାଇଥିଲା । ସଟସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା ବୋଲି ଅନୁମାନ କରାଯାଉଛି ।
ଅଗ୍ନିଶମର ୬ଟି ଗାଡ଼ି ଲାଗି ଭୋର ସାଢ଼େ ୪ଟାରେ ନିଆଁକୁ ଆୟତ୍ତ କରିଥିଲେ। ମଙ୍ଗଳା ସାହି ଓ ମଧୁବନ ଅଞ୍ଚଳକୁ ନିଆଁ ବ୍ୟାପି ଯାଇଥିଲା। ଏହା ଦ୍ୱାରା କେହି ଆହତ ହୋଇନାହାନ୍ତି ।