ପଦ୍ମପୁର ଉପନିର୍ବାଚନ ଫଳାଫଳ ପରେ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରମୁଖ ବିଜେଡି ନେତାଙ୍କ ସମୀକ୍ଷା ବୈଠକ | News Room Odisha

ପଦ୍ମପୁର ଉପନିର୍ବାଚନ ଫଳାଫଳ ପରେ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରମୁଖ ବିଜେଡି ନେତାଙ୍କ ସମୀକ୍ଷା ବୈଠକ

ଭୁବନେଶ୍ୱର – ପଦ୍ମପୁର ଉପନିର୍ବାଚନ ରେ ବିପୁଳ ବିଜୟ ହାସଲ ପରେ ବିଜୁ ଜନତା ଦଳ ବେଶ୍ ଉତ୍ସାହିତ ଅଛି । ଉପନିର୍ବାଚନ ପରେ ଆଜି ନବୀନ ନିବାସରେ ସମୀକ୍ଷା ବୈଠକ ହୋଇଛି । ବୈଠକରେ ଦଳର ବରିଷ୍ଠ ନେତାଙ୍କ ସହ ପଦ୍ମପୁର ଉପନିର୍ବାଚନ ଦାୟିତ୍ବରେ ଥିବା ନେତାମାନେ ଯୋଗ ଦେଇଥିଲେ । ପଞ୍ଚାୟତ ସ୍ତରରେ ଦାୟିତ୍ବରେ ଥିବା ନେତାମାନେ ପଦ୍ମପୁର ଉପନିର୍ବାଚନ ନେଇ ସେମାନଙ୍କ ଅଭିଜ୍ଞତା ଦଳ ସୁପ୍ରିମୋ ସଭାପତି ନବୀନ ପଟ୍ଟନାୟକଙ୍କ ଆଗରେ କହିଥିବା ଜଣାପଡ଼ିଛି ।ଲୋକଙ୍କ ଆଶା ଆକାଂକ୍ଷା, ସରକାରଙ୍କ କେଉଁ ଯୋଜନାର ଗ୍ରହଣୀୟତା କେତେ, ସରକାରୀ ଯୋଜନା ଲୋକଙ୍କ ପାଖରେ ଠିକ୍ ଭାବେ ପହଞ୍ଚୁଛି କି ନାହିଁ, ଏସବୁ ନେଇ ନେତାମାନେ ଦଳ ସଭାପତିଙ୍କୁ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ ସମୀକ୍ଷା ବୈଠକ ପରେ ବିଜେଡି ନେତାମାନେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଖୁବ ଶୀଘ୍ର ପଦ୍ମପୁର ଯିବେ । ମୁଖ୍ୟମନ୍ତ୍ରୀ ପଦ୍ମପୁରକୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବେ ବୋଲି ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି । ପଦ୍ମପୁର ମଡେଲରେ ଆଗକୁ ଦଳ ନିର୍ବାଚନ ଲଢ଼ିବ ବୋଲି ପ୍ରଦୀପ ମାଝୀ କହିଥିବା ବେଳେ୨୦୨୪ ନିର୍ବାଚନ ପାଇଁ ଲୋକଙ୍କ ଲାଗି ଅଧିକ କାମ କରିବୁ ମନ୍ତ୍ରୀ ନବ ଦାସ କହିଛନ୍ତି।