ସ୍କୁଲ ବାର୍ଷିକ କ୍ରୀଡ଼ାରେ ଅଘଟଣ, ଛାତ୍ରଙ୍କ ବେକରେ ପଶିଲା ଅନ୍ୟ ଛାତ୍ର ଫିଙ୍ଗିଥିବା ଜାଭେଲିନ | News Room Odisha

ସ୍କୁଲ ବାର୍ଷିକ କ୍ରୀଡ଼ାରେ ଅଘଟଣ, ଛାତ୍ରଙ୍କ ବେକରେ ପଶିଲା ଅନ୍ୟ ଛାତ୍ର ଫିଙ୍ଗିଥିବା ଜାଭେଲିନ

ବଲାଙ୍ଗୀର – ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଆଗଲପୁର ବାଳକ ଉଚ୍ଚ ବିଦ୍ୟାଳୟରେ ଅଘଟଣ । ବିଦ୍ୟାଳୟର ବାର୍ଷିକ କ୍ରୀଡା ଚାଲିଥିବା ବେଳେ ଜଣେ ଛାତ୍ରଙ୍କ ଫିଙ୍ଗିଥିବା ଜାଭେଲିନ ଅନ୍ୟ ଜଣେ ଛାତ୍ରଙ୍କ ବେକରେ ପଶିଯାଇଛି।

ଛାତ୍ରମାନେ ଜାଭେଲିନ ଫିଙ୍ଗା ଅଭ୍ୟାସ କରୁଥିବା ବେଳେ ଏହି ଘଟଣା ଘଟିଛି । ହଠାତ ଜଣେ ଛାତ୍ର ଜାଭଲିନ ଥ୍ରୋ କରୁଥିବା ସମୟରେ ନବମ ଶ୍ରେଣୀର ସଦାନନ୍ଦ ମେହେରଙ୍କ ବେକରେ ପଶି ଯାଇଥିଲା। ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ୍‌ରେ ସଂପୃକ୍ତ ଛାତ୍ରଙ୍କୁ ଭର୍ତ୍ତି କରାଯାଇଛି। ସେଠାରେ ଚିକିତ୍ସା କରାଯାଇ ଜେଭଲିନ କାଢିବା ପାଇଁ ଚେଷ୍ଟା ଜାରି ରହିଛି ।