ସହକାରୀ ଯନ୍ତ୍ରୀଙ୍କ ବିପୁଳ ପରିମାଣର ଆୟ ବହିର୍ଭୂତ ସଂପତ୍ତି ଠାବ କଲା ଭିଜିଲାନ୍ସ | News Room Odisha

ସହକାରୀ ଯନ୍ତ୍ରୀଙ୍କ ବିପୁଳ ପରିମାଣର ଆୟ ବହିର୍ଭୂତ ସଂପତ୍ତି ଠାବ କଲା ଭିଜିଲାନ୍ସ

ପାରଳାଖେମୁଣ୍ଡି – ଭିଜିଲାନ୍ସ ଚଢ଼ାଉ ବେଳେ ଗଜପତି ଜିଲ୍ଲା ରାୟଗଡ଼ ପଞ୍ଚାୟତ ସମିତି ସହକାରୀ ଯନ୍ତ୍ରୀ ଦିଲୀପ କୁମାର ସାହୁଙ୍କ ବିପୁଳ ପରିମାଣର ଆୟ ବହିର୍ଭୂତ ସଂପତ୍ତି ଠାବ କରିଛି ଭିଜିଲାନ୍ସ । ଚଢ଼ଉ ବେଳେ ସହକାରୀ ଯନ୍ତ୍ରୀଙ୍କ ବ୍ରହ୍ମପୁରରେ ୧୧ଟି ପ୍ଲଟ, ଗୋଟିଏ ଫ୍ଲାଟ, ୨ ମହଲା କୋଠା, ନଗଦ ୨.୭୨ ଲକ୍ଷ ଟଙ୍କା, ୩୪୫ ଗ୍ରାମ ସୁନାଗହଣା ଠାବ ହୋଇଛି ।

ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗ ଆସିଲା ପରେ ଆଜି ସକାଳେ ଭିଜିଲାନ୍ସ ତାଙ୍କର ବିଭିନ୍ନ ଠିକଣାରେ ଚଢ଼ାଉ କରିଛି । ବ୍ରହ୍ମପୁରର ୪ଟି, ଦିଗପହଣ୍ଡି, ପାରଳାଖେମୁଣ୍ଡି ସମେତ ୬ଟି ସ୍ଥାନରେ ଏକକାଳୀନ ଚଢାଉ କରିଛି ଭିଜିଲାନ୍ସ। ବ୍ରହ୍ମପୁରର ଗୋପବନ୍ଧୁ ନଗର, ଜ୍ୟୋତି ନଗର, ଦିଗପହଣ୍ଡିରେ ସେ କରିଥିବା ଏକ ଅଫିସ୍ ଚାମ୍ବର ରାୟଗଡ଼ ବ୍ଲକ କାର୍ଯ୍ୟାଳୟ ସରକାରୀ କ୍ୱାର୍ଟରରେ ଚଢ଼ାଉ କରିଛି ଭିଜିଲାନ୍ସ।