ଚାଷୀଙ୍କ ଅର୍ଥ ହଡପ ଅଭିଯୋଗରେ କୃଷି ସଂସ୍ଥାର ଏମଡିଙ୍କ ସମେତ ତିନି ଗିରଫ | News Room Odisha

ଚାଷୀଙ୍କ ଅର୍ଥ ହଡପ ଅଭିଯୋଗରେ କୃଷି ସଂସ୍ଥାର ଏମଡିଙ୍କ ସମେତ ତିନି ଗିରଫ

ଭୁବନେଶ୍ୱର – ଚାଷୀଙ୍କୁ କୃଷି ଯନ୍ତ୍ରାଂଶ ଯୋଗାଇଦେବା ନାଁରେ ୧୨ କୋଟି ଟଙ୍କାର ସରକାରୀ ସବ୍‌ସିଡି ଟଙ୍କା ହଡ଼ପ ଅଭିଯୋଗରେ ହୋଇଛି। ଡାଇରେକ୍ଟ ବେନିଫିଟ୍‌ ଟ୍ରାନ୍ସଫର ସ୍କିମ୍‌ରେ ଚାଷୀଙ୍କ ଟଙ୍କା ହଡ଼ପ୍‌ ଅଭିଯୋଗରେ ଅନ୍ନପୂର୍ଣ୍ଣା ଆଗ୍ରୋ ଇଣ୍ଟରନ୍ୟାସନାଲ ପ୍ରାଇଭେଟ ଲିମିଟେଡ ସଂସ୍ଥାର ଏମ୍‌ଡିଙ୍କ ସମେତ ତିନି ଜଣଙ୍କୁ ଗିରଫ କରିଛି କ୍ରାଇମ ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା । ପ୍ରଦୀପ କୁମାର ଆଚାର୍ଯ୍ୟ, ପ୍ରଭ ରଞ୍ଜନ ଦାସ ଓ ସେଖ ଫାୟଜଙ୍କୁ ଗିରଫ କରାଯାଇଛି ।ଅଭିଯୁକ୍ତ ପ୍ରଦୀପ କୁମାର ଆଚାର୍ଯ୍ୟ ହେଉଛନ୍ତି ଅନ୍ନପୂର୍ଣ୍ଣା ଅଗ୍ରୋ ଇଣ୍ଟରନ୍ୟାସ୍‌ନାଲ ପ୍ରାଇଭେଟ୍‌ ଲିମିଟେଡ୍‌ର ଏମ୍‌ଡି। ଏହି ସଂସ୍ଥା ଚାଷୀଙ୍କୁ କୃଷିଜାତ ଯନ୍ତ୍ରାଂଶ ଯୋଗାଇଦେବା ପାଇଁ ସରକାରଙ୍କ ଡାଇରେକ୍ଟ ବେନିଫିଟ୍‌ ସ୍କିମ୍‌ରେ ପଞ୍ଜୀକୃତ ହୋଇଥିଲା। ଦୁଇ ଜଣ ଡିଲରଙ୍କ ଜରିଆରେ ଏହି ସଂସ୍ଥା ଷଡଯନ୍ତ୍ର କରି ନକଲି ବିଲ୍‌ ଓ ତଥ୍ୟ ଦେଇ ସବ୍‌ସିଡି ହଡ଼ପ କରିଥିଲେ।