ଛତ୍ରପୁର କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ୧୦ମ ଶ୍ରେଣୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ   | News Room Odisha

ଛତ୍ରପୁର କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ୧୦ମ ଶ୍ରେଣୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ  

ଛତ୍ରପୁର: କସ୍ତୁରଵା ଗାନ୍ଧୀ ଆବାସିକ ବାଳିକା ବିଦ୍ୟାଳୟରେ ୧୦ମ ଶ୍ରେଣୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ। ମୃତ ଛାତ୍ରୀଜଣକ ହେଲେ ଛତ୍ରପୁର ଥାନା ଅନ୍ତର୍ଗତ ତରେଇପାଟପୁରର କୈଳାଶ ଚନ୍ଦ୍ର ବେହେରାଙ୍କ ଝିଅ ରୋଜା ବେହେରା (୧୫)। ସେ ସ୍କୁଲ ହଷ୍ଟେଲରେ ରହି ପଢୁଥିଲେ। ରବିବାର ଭୋରରେ ସେ ଅଚାନକ ବାନ୍ତି କରି ଅସୁସ୍ଥ ହୋଇ ପଡ଼ିବା ପରେ ଛାତ୍ରୀନିବାସ ୱାର୍ଡନ ତାଙ୍କୁ ଛତ୍ରପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଛତ୍ରପୁର ପୋଲିସ ଘଟଣାର ତଦନ୍ତ କରୁଛି।

ଏହି ବିଦ୍ୟାଳୟର ଆଉ ଜଣେ ଛାତ୍ରୀ ଲିଲି ପ୍ରଧାନ ଦୁଇ ଦିନ ତଳେ ଅସୁସ୍ଥ ହୋଇ ଛତ୍ରପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ