ପୁରୀରେ ଡିସେମ୍ବର ୨୬ରେ ପାଳନ ହେବ ବିଜେଡିର ୨୫ତମ ପ୍ରତିଷ୍ଠା ଦିବସ, କର୍ମୀଙ୍କୁ ସମ୍ବୋଧନ କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ | News Room Odisha

ପୁରୀରେ ଡିସେମ୍ବର ୨୬ରେ ପାଳନ ହେବ ବିଜେଡିର ୨୫ତମ ପ୍ରତିଷ୍ଠା ଦିବସ, କର୍ମୀଙ୍କୁ ସମ୍ବୋଧନ କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

ଭୁବନେଶ୍ବର – ଶାସକ ବିଜୁ ଜନତା ଦଳର ୨୫ତମ ପ୍ରତିଷ୍ଠା ଦିବସ ଆସନ୍ତା ୨୬ ତାରିଖରେ ପାଳନ ହେବ। ପୁରୀରେ ପାଳନ ହେବ ବିଜେଡି ପ୍ରତିଷ୍ଠା ଦିବସ । ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ୨୬ ତାରିଖ ଦିନ ପୁରୀରେ ୨୫ତମ ପ୍ରତିଷ୍ଠା ଦିବସ ପାଳନ ହେବ ବୋଲି ଉପସଭାପତି ଦେବୀ ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଦଳର ରାଜ୍ୟ, ଜିଲ୍ଲା, ବ୍ଲକ ଓ ସହରାଞ୍ଚଳର କର୍ମକର୍ତ୍ତାମାନେ ଓ ନିର୍ବାଚିତ ପ୍ରତିନିଧିମାନେ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଯୋଗ ଦେବେ। ସେହିଦିନ ପୂର୍ବାହ୍ନରେ ଦଳର ସଭାପତି ନବୀନ ପଟ୍ଟନାୟକ କର୍ମୀଙ୍କୁ ସମ୍ବୋଧିତ କରିବେ। ଆଗାମୀ ୧୫ଦିନ ପର୍ଯ୍ୟନ୍ତ ବିଭିନ୍ନ ନିର୍ବାଚନମଣ୍ଡଳୀରେ ଏହି ସମାରୋହ ପାଳନ କରାଯିବ।