ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ | News Room Odisha

ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥

ତୁଳସୀ ଦେଖି ସୁବେଷୁ ଭୁଲହିଂ ମୁଢ ନ ଚତୁର ନର ।
ସୁଂଦର କେକିହି ପେଖୁ ବଚନ ସୁଧା ସମ ଅସନ ଅହି ॥

ଭାବାର୍ଥ :- ତୁଳସୀଦାସ କହୁଛନ୍ତି – ସୂନ୍ଦର ବେଷକୁ ଦେଖି କେବଳ ମୁଢ ବ୍ୟକ୍ତି ନୁହେଁ, ମୁଢ ଅର୍ଥାତ୍ ମୁର୍ଖ ତ ମୁର୍ଖ, ସବୁଠାରୁ ଚତୁର ବ୍ୟକ୍ତି ମଧ୍ୟ ଧୋକା ଖାଇଥାଆନ୍ତି । ସୁନ୍ଦର ମୟୁର ଦେଖିଲେ ତା ରୂପ ଯେପରି ତାର କଣ୍ଠରୁ ବାହାରୁଥିବା ରାବ ମଧ୍ୟ ଅମୃତ ପରି, କିନ୍ତୁ, ତା’ର ଖାଦ୍ୟ ସର୍ପ ପରି ବିଷଧର ଜୀବ ମାନେ ।