ଖାଦ୍ୟ ସବସିଡି ବାବଦ ବକେୟା ଅର୍ଥ ରାଜ୍ୟକୁ ପୈଠ ପାଇଁ କେନ୍ଦ୍ରକୁ କହିଲା ବିଜେଡି | News Room Odisha

ଖାଦ୍ୟ ସବସିଡି ବାବଦ ବକେୟା ଅର୍ଥ ରାଜ୍ୟକୁ ପୈଠ ପାଇଁ କେନ୍ଦ୍ରକୁ କହିଲା ବିଜେଡି

ନୂଆଦିଲ୍ଲୀ – ଖାଦ୍ୟ ସବସିଡି ବାବଦ ବକେୟା ଟଙ୍କା ରାଜ୍ୟକୁ ଦେବା ପାଇଁ କେନ୍ଦ୍ରକୁ କହିଛନ୍ତି ବିଜେଡି ସାଂସଦ । ଏ ବାବଦରେ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ବିଜେଡି ସାଂସଦମାନେ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ଦୀର୍ଘ ଦିନ ଧରି ବାକି ପଡିଥିବା ସବସିଡି ଅର୍ଥ ତୁରନ୍ତ ପୈଠ କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଛି । କେନ୍ଦ୍ର ରାଜ୍ୟ ଉପରେ ୧୪୨୯୨.୫୧ କୋଟି ବକେୟା ଟଙ୍କା ରଖିଛି । ବକେୟା ବାବଦକୁ ଅତିରିକ୍ତ ସୁଧ ୬୧୮୭ କୋଟି ଟଙ୍କା ଦେବା ପାଇଁ କେନ୍ଦ୍ର ସହ ବୁଝାମଣା ପତ୍ର ସ୍ବାକ୍ଷର କରିଥିଲେ ରାଜ୍ୟ ସରକାର। ବିଜେଡି ସାଂସଦମାନେ କହିଛନ୍ତି ଯେ, ଚାଷୀଙ୍କ ଠାରୁ ଚାଉଳ କିଣିବା କେନ୍ଦ୍ରର ଦାୟିତ୍ବ। କିନ୍ତୁ
କେନ୍ଦ୍ର ପାଇଁ ଚାଉଳ କିଣୁଛି ଓଡ଼ିଶା ।