ବିଶ୍ୱକପ ପାଇଁ ରାଉରକେଲା ଏୟାର ପୋର୍ଟ ଓ ହକି ଷ୍ଟାଡିୟମ ତଦାରଖ କଲେ ବରିଷ୍ଠ ପ୍ରଶାସନିକ ଟିମ୍ | News Room Odisha

ବିଶ୍ୱକପ ପାଇଁ ରାଉରକେଲା ଏୟାର ପୋର୍ଟ ଓ ହକି ଷ୍ଟାଡିୟମ ତଦାରଖ କଲେ ବରିଷ୍ଠ ପ୍ରଶାସନିକ ଟିମ୍

ରାଉରକେଲା – ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ୫-ଟି ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନ, କ୍ରୀଡ଼ା ସଚିବ ଭିନିଲ କ୍ରୀଷ୍ଣା ଓ ଇଡକୋ ଏମଡି ଭୂପିନ୍ଦର ସିଂ ପୁନିଆ ରାଉରକେଲା ଗସ୍ତ କରି ବିମାନବନ୍ଦର ସଂପ୍ରସାରଣ କାର୍ଯ୍ୟ ତଦାରଖ କରିବା ସହ ନିର୍ମାଣାଧୀନ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ପରିଦର୍ଶନ କରିଛନ୍ତି। ହକି ବିଶ୍ୱକପ ପାଇଁ ଭିତ୍ତିଭୂମି ଓ ଆନୁସଙ୍ଗିକ ବ୍ୟବସ୍ଥା ସମୀକ୍ଷା କରିଛନ୍ତି ବରିଷ୍ଠ ପ୍ରାଶାସନିକ ଦଳ ।

ରାଉରକେଲା ବିମାନ ବନ୍ଦର ଓ ଦେଶର ସର୍ବବୃହତ ହକି ଷ୍ଟାଡିୟମ୍ “ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍ ନିର୍ମାଣ କାର୍ଯ୍ୟ ଶେଷ ହୋଇସାରିଛି। ହକି ଷ୍ଟାଡିୟମର ମୁଖ୍ୟ ଓ ଅଭ୍ୟାସ ପିଚ୍ ପ୍ରସ୍ତୁତ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।ସେ କହିଛନ୍ତି ଯେ, ହାଇମାଷ୍ଟ ଲାଇଟ୍ ବ୍ୟବସ୍ଥା ମଧ୍ୟ ସରିଲାଣି। ଆସନ୍ତା ୨୪ ତାରିଖରୁ ୩ ଟି ଅଭ୍ୟାସ ମ୍ୟାଚ୍ ରାଉରକେଲାରେ ଖେଳାଯିବ। ଭାରତ ଓ ଓଡ଼ିଶା ଜୁନିଅର ଦଳ ବିଦେଶୀ ଦଳ ସହ ଖେଳିବେ। ତାପରେ ପିଚର ସ୍ଥିତି ଅନୁଧ୍ୟାନ କରାଯିବ । ଆବଶ୍ୟକ ହେଲେ ଏଥିରେ ସୁଧାର ଅଣାଯିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି । ବିମାନବନ୍ଦରକୁ ମଧ୍ୟ ଖୁବ ଶୀଘ୍ର ଲାଇସେନ୍ସ ମିଳିଯିବ ବୋଲି ସେ କହିଛନ୍ତି।