ଶୀତରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ୧୦ ସହରର ତାପମାତ୍ରା | News Room Odisha

ଶୀତରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ୧୦ ସହରର ତାପମାତ୍ରା

ଭୁବନେଶ୍ବର – ଶୀତରେ ଥରୁଛି ସାରା ଓଡ଼ିଶା । ପାରଦ ହୋଇଛି ତଳମୁହାଁ । ରାଜ୍ୟର ୧୦ ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି। ସେମିଳିଗୁଡ଼ାର ରାତି ତାପମାତ୍ରା ୭ ଡିଗ୍ରୀ, କେନ୍ଦୁଝରରେ ୭.୬ ଚିପିଲିମାରେ ୭.୮, ଫୁଲବାଣୀରେ ୮ , ଝାରସୁଗୁଡ଼ାରେ ୮.୨ , ସୁନ୍ଦରଗଡ଼ରେ ୮.୫ , କୋରାପୁଟରେ ୯ , ଦାରିଙ୍ଗବାଡ଼ିରେ ୯ ଓ ଅନୁଗୁଳରେ ୧୦ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।

ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ କେତେକ ସ୍ଥାନରେ ରାତି ତାପମାତ୍ରା ସ୍ବାଭାବିକଠାରୁ ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ କମ୍‌ ରହିଛି। ଆଉ ୪ରୁ ୫ ଦିନ ରାଜ୍ୟରେ ଶୀତ ପ୍ରକୋପ ଜାରି ରହିବ। ତାପମାତ୍ରା ବୃଦ୍ଧି କିମ୍ବା ଶୀତ କମିବାର ଏବେ କୌଣସି ସମ୍ଭାବନା ନାହିଁ। ଅନ୍ୟପଟେ ସୋମବାର ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ କୁହୁଡ଼ି ଦେଖାଯାଇଛି। ଆଜି ମଧ୍ୟ ମାଲକାନଗିରି, କୋରାପୁଟ, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ ଓ ଗଜପତି ଜିଲ୍ଲାରେ କୁହୁଡ଼ି ସମ୍ଭାବନା ରହିଛି।