ବଲାଙ୍ଗୀର – ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଆତ୍ମହତ୍ୟା କରିଥିବା ଜଣାପଡିଛି । କଣ୍ଟାବାଞ୍ଝି ଜେଲରେ ସେ ଆତ୍ମହତ୍ୟା କରିଛନ୍ତି । ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଛନ୍ତି ଗୋବିନ୍ଦ । କଣ୍ଟାବାଞ୍ଝି ମେଡିକାଲରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ତେବେ ଗୋବିନ୍ଦ କେଉଁ କାରଣରୁ ଆତ୍ମହତ୍ୟା କଲେ ତାହା ଏଯାଏଁ ଅସ୍ପଷ୍ଟ ରହିଛି । ଆଜି ଜେଏମଏଫସି କୋର୍ଟରେ ଗୋବିନ୍ଦ ହାଜର ହେବାର ଥିଲା । କିନ୍ତୁ ଏହା ପୂର୍ବରୁ ଗୋବିନ୍ଦ ଆତ୍ମହତ୍ୟା କରିଛନ୍ତି ।